17.1 C
Bhubaneswar
Tuesday, February 10, 2026
Homeଓଡିଶାଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର

ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର

ଭୁବନେଶ୍ୱର: ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କହିଲେ ରାଜସ୍ବମନ୍ତ୍ରୀ। ୨୬ ରେ ଫିଲଡ ଷ୍ଟାପ କ୍ଷୟକ୍ଷତି ଆକଳନ କରିବେ। ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନରେ ହେବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ପାଇଁ ନିଷ୍ପତି ହୋଇଛି । କଲି ଏରିଏଲ ଭାବେ ପ୍ରାଥମିକ ଆକଳନ କରାଯିବ । ଏବଂ ଭଦ୍ରକ ଓ କେନ୍ଦ୍ରାପଡା ବିଶେଷ ଭାବରେ ପ୍ରଭାବିତ ହୋଇଛି ବୋଲି ରାଜସ୍ବମନ୍ତ୍ରୀ କହିଛନ୍ତି । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବେଳେ ଆରମ୍ଭ ହୋଇଯାଇଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଗତକାଲି। ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି। ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି । ଏଥିସହ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡ଼େ ଗତି କରୁଛି । ‘ଦାନା’ ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗରେ ପବନର ବେଗ ୮୦ରୁ ୯୦ କିମି ରହିଛି । ଦଲକା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking