20.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଆର୍ôଥକ ଦୂରାବସ୍ଥାର ଦ୍ୱାରଦେଶରେ ଇସ୍ରାଏଲ

ଆର୍ôଥକ ଦୂରାବସ୍ଥାର ଦ୍ୱାରଦେଶରେ ଇସ୍ରାଏଲ

ତେଲଅଭିଭ୍‌: ଗୋଟିଏ ପଟେ ପାଲେଷ୍ଟାଇନ୍‌ର ହମାସ ଓ ଲେବାନନ୍‌ର ହିଜବୁଲ୍ଲା ଆତଙ୍କବାଦୀ ସଂଗଠନ ବିରୋଧରେ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲ ଅନ୍ୟପଟେ ଇରାନ୍ ବିରୋଧରେ ଏକ ବଡ଼ ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ତେବେ ବର୍ଷାଧିକ କାଳ ଯୁଦ୍ଧ ଲଢ଼ିଆସୁଥିବା ଇସ୍ରାଏଲ୍ ପାଇଁ ଇତି ମଧ୍ୟରେ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ଇସ୍ରାଏଲ୍ ଏବେ ଆର୍ଥିକସ୍ତରରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଇସ୍ରାଏଲର ସାମରିକ ବ୍ୟୟ ଭାର ବଢିବାରେ ଲାଗିଛି। ପରିସ୍ଥିତି ଏବେ ଏପରି ହୋଇଛି ଯୁଦ୍ଧବ୍ୟୟ ଭାର ବହନ କରିବା ଲାଗି ଇସ୍ରାଏଲ୍ ସରକାର ଲୋକଙ୍କ ଉପରେ ଟିକସ ବଢାଇ ଚାଲିଛନ୍ତି। ଏହା ସହିତ ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ ମଧ୍ୟ ବାଧ୍ୟହୋଇ କାଣ୍ଟ ଛାଣ୍ଟ କରୁଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତାଙ୍କ ନେତୃତ୍ୱାଧୀନ ସରକାର। କେବଳ ସେତିକି ନୁହେଁ ଦେଶର ବିକାଶ ପ୍ରକ୍ରିୟା ମଧ୍ୟ ସ୍ଥାଣୁ ପାଲଟିଯାଇଛି। ଭିତ୍ତିଭୂମି ବିକାଶ ଭଳି କାର୍ଯ୍ୟକ୍ରମ ବନ୍ଦ କରିଦିଆଯାଇଛି।

ଦେଶର ସମସ୍ତ ଆୟ ଯୁଦ୍ଧାସ୍ତ୍ର କ୍ରୟ, ତିଆରି ଓ ସେନା ପାଇଁ ଖର୍ଚ୍ଚ କରାଯାଉଛି। ଏଭଳି ଏକ ରିପୋର୍ଟ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସାମ୍ନାକୁ ଆସିଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ଅନୁସାରେ ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଏହାର ମାସିକ ସାମରିକ ବ୍ୟୟଭାର ୧୮୦ କୋଟି ଡଲାର ଥିବା ବେଳେ ଯୁଦ୍ଧ ପରବର୍ତ୍ତୀ ସମୟରେ ଏହା ୪୭୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଏହି ହାରରେ ଗତବର୍ଷ ଇସ୍ରାଏଲର ପ୍ରତିରକ୍ଷା ବାବଦ ଖର୍ଚ୍ଚ ୨୭୫୦କୋଟି ଡଲାର ରହିଥିଲା। ଇସ୍ରାଏଲର ପ୍ରତିରକ୍ଷା ଖର୍ଚ୍ଚ କାନାଡା ଓ ଫ୍ରାନ୍ସ ଭଳି ରାଷ୍ଟ୍ରର ଖର୍ଚ୍ଚ ଠାରୁ ମଧ୍ୟ ଏବେ ଅଧିକ ରହିଛି। ଯୁଦ୍ଧ ଯୋଗୁଁ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଆଗାମୀ ଦିନରେ ଇସ୍ରାଏଲ ଅର୍ଥନୀତି ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ।

ମୋଟାମୋଟି ହମାସ ଆକ୍ରମଣର ତିନିମାସ ପରେ ଇସ୍ରାଏଲର ଅର୍ଥନୀତି ୫.୬ % ହ୍ରାସ ପାଇଛି। ସେହିପରି ଷ୍ଟକ୍‌ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଇସ୍ରାଏଲ୍ ସମ୍ପର୍କରେ ଆଉ ଏକ ଉଦ୍‌ବେଗଜନକ ରିପୋର୍ଟ ମଧ୍ୟ ସାର୍ବଜନୀନ କରିଛି। ଯୁଦ୍ଧ ଯୋଗୁଁ ଇସ୍ରାଏଲ ଉପରେ ଆର୍ôଥକ ବୋଝ ବଢିଥିବାବେଳେ ଶ୍ରମିକ ଯୋଗାଣ ପ୍ରଭାବିତ ହୋଇଛି। ଏଠାକୁ ବାହାର ଦେଶର ଶ୍ରମିକ କାମ କରିବାକୁ ଯାଉନାହାନ୍ତି। ଦେଶରେ ଯେଉଁ ଶ୍ରମିକମାନେ ଉପଲବ୍ଧ ସେମାନେ ସାମରିକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେହିପରି ଯୁଦ୍ଧ ଯୋଗୁଁ ନୂଆ ବ୍ୟବସାୟ ଆରମ୍ଭ ହୋଇପାରୁନାହିଁ। ଯୁଦ୍ଧ ଭୟ ମଧ୍ୟରେ ବିମାନ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ଏଠାକୁ ପର୍ଯ୍ୟଟକ ଆସୁନାହାନ୍ତି। ଏସବୁ କିଛି ଇସ୍ରାଏଲ୍ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking