24.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶ୫୦ ପଇସା ନ ଫେରାଇବା ଡାକ ବିଭାଗକୁ ପଡ଼ିଲା ମହଙ୍ଗା

୫୦ ପଇସା ନ ଫେରାଇବା ଡାକ ବିଭାଗକୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ୫୦ ପଇସା ନ ଫେରାଇବା ଡାକ ବିଭାଗକୁ ମହଙ୍ଗା ପଡ଼ିଛି । କାଞ୍ଚିପୁରମ୍ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଜଣେ ଉପଭୋକ୍ତାଙ୍କୁ ୫୦ ପଇସା ଫେରାଇବାକୁ ‘ଇଣ୍ଡିଆ ପୋଷ୍ଟ୍‌’କୁ ଆଦେଶ ଦେଇଛନ୍ତି । ସେତିକି ନୁହେଁ, ତାଙ୍କୁ ମାନସିକ ଯନ୍ତ୍ରଣା ଦେବା, ଅନୁଚିତ୍ ବ୍ୟବସାୟ ବ୍ୟବହାର ଏବଂ ସେବାରେ ଖିଲାପ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସମେତ ମକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଦେବାକୁ ମଧ୍ୟ କହିଛନ୍ତି । ମାମଲାଟି ୨୦୨୩, ଡିସେମ୍ବର ୧୩ ତାରିଖର । ମାଣଶା ନାମକ ଉପଭୋକ୍ତା ପୋଝିଚଲୂର ପୋଷ୍ଟ୍ ଅଫିସ୍‌ରେ ଏକ ପଞ୍ଜୀକୃତ ଚିଠି ପାଇଁ ନଗଦ ୩୦ ଟଙ୍କା ଦେଲେ । କିନ୍ତୁ ତାଙ୍କୁ ମିଳିଥିବା ରସିଦରେ ୨୯.୫୦ ଟଙ୍କା ଉଲ୍ଲେଖ ହୋଇଥିଲା ।

ମାଣଶା କହିଛନ୍ତି, ସେ ୟୁପିଆଇ ଜରିଆରେ ପ୍ରକୃତ ରାଶି ଜମା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୈଷୟିକ ସମସ୍ୟା ଯୋଗୁ ଡାକ ବିଭାଗ କର୍ମଚାରୀମାନେ ଏହାକୁ ସ୍ୱୀକାର କଲେ ନାହିଁ । ସେମାନେ କହିଲେ, ଦୈନିକ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି । ଠିକ୍ ଢଙ୍ଗରେ ହିସାବ ନ ରଖିଲେ, ସରକାରଙ୍କର କ୍ଷତି ହୋଇପାରେ । ଏହି ସ୍ଥିତି ମାଣଶାଙ୍କୁ ଗମ୍ଭୀର ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ବାଧ୍ୟ କଲା ବୋଲି ସେ କହିଲେ । ଅନ୍ୟପକ୍ଷେ, ଇଣ୍ଡିଆ ପୋଷ୍ଟ୍ କହିଲା, ବୈଷୟିକ ସମସ୍ୟା ଯୋଗୁ ସେତେବେଳେ ଡିଜିଟାଲ ଶୁଳ୍କ ସ୍ୱୀକାର କରାଯାଇ ନ ଥିଲା । ସେଥିପାଇଁ ନଗଦ ନିଆଗଲା । ୫୦ ପଇସାର ରାଉଣ୍ଡିଂ ପୋଷ୍ଟ୍‌? ସଫ୍ଟୱେର ଦ୍ୱାରା ସ୍ୱୟଂଚାଳିତ ଭାବେ କରାଯାଇଥିବା ମଧ୍ୟ ଏହା ସ୍ପଷ୍ଟ କଲା ।

କିନ୍ତୁ ଉପଭୋକ୍ତା ଆୟୋଗ ଶୁଣାଣିରେ କହିଲେ, ପୋଷ୍ଟ୍ ଅଫିସ୍ ଅତିରିକ୍ତ ୫୦ ପଇସା ନେବା ଉପଭୋକ୍ତା ସଂରକ୍ଷଣ ଅଧିନିୟମ ଅନ୍ତର୍ଗତ ଅସମାନ ବ୍ୟବସାୟ ପ୍ରଥାର ଉଦାହରଣ । ତେଣୁ ୫୦ ପଇସା ଉପଭୋକ୍ତାଙ୍କୁ ଫେରାଇବାକୁ ଆୟୋଗ ଇଣ୍ଡିଆ ପୋଷ୍ଟ୍‌କୁ ନିର୍ଦ୍ଦେଶ ଦେଲେ। ଏଥିସହ ମାନସିକ ପୀଡ଼ା ଦେବା ଲାଗି ୧୦ ହଜାର ଟଙ୍କା ଓ ନ୍ୟାୟିକ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ । ନିର୍ଦ୍ଦେଶାନୁସାରେ ଦୁଇ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ୍‌କୁ ଏହି କ୍ଷତିପୂରଣ ରାଶି ଦେବାକୁ ପଡ଼ିବ । ମାଣଶା ୫୦ ପଇସା ଫେରସ୍ତ ମାମଲା ସମେତ ମାନସିକ ପୀଡ଼ା ପାଇଁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ନ୍ୟାୟିକ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଦାବି କର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking