ଭୁୁବନେଶ୍ୱର: ଆସନ୍ତା କାଲି ବଦଳିବ ବର୍ଷାର ଦିଗ । ପାଣିପାଗ ବିଭାଗ ଜାରି କରିଛି ନୂଆ ଖବର । ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ ଓ ପୁରୀକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ଭଦ୍ରକ, କେନ୍ଦ୍ରାପଡା, ଯାଜପୁରରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି । କଟକ, ଜଗତସିଂହପୁର, ଖୋର୍ଦ୍ଧାରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି । ୨୫ ଓ ୨୬ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି ।