25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବାତ୍ୟା ପାଇଁ କୋଲକାତା ବିମାନବନ୍ଦରରୁ ବିମାନ ବାତିଲ୍‌

ବାତ୍ୟା ପାଇଁ କୋଲକାତା ବିମାନବନ୍ଦରରୁ ବିମାନ ବାତିଲ୍‌

କୋଲକାତା: କୋଲକାତା: ବାତ୍ୟ ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ଓଡ଼ିଶା ପରି ପଶ୍ଚିମବଙ୍ଗରେ ବି ‘ଦାନା’ର ପ୍ରଭାବ ଦେଖିବାକୁ ମିଳିବ। ରାଜ୍ୟରେ ‘ଦାନା’ ଲ୍ୟାଣ୍ଡ୍ଫଲ୍‌ କରିବା ପୂର୍ବରୁ ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଓଡ଼ିଶାର ଅଧିକାରୀମାନେ ଅନବରତ କାର୍ଯ୍ୟ କରୁଛନ୍ତି।ଗୁରୁବାର ଏବଂ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ୨୪ ପରଗାନା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଝରାଗ୍ରାମ, କୋଲକାତା, ହାୱଡ଼ା ଏବଂ ହୁଗଳି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। କୋଲକାତା ବିମାନବନ୍ଦର ଗୁରୁବାର ସଂଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖା ଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦର ଆଜି ଅପରାହ୍ନ ୫ଟାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖିବ। ଦୁଇ ପଡୋଶୀ ରାଜ୍ୟ ଦେଇ ଚାଲୁଥିବା ପ୍ରାୟ ୨୦୦ ଟ୍ରେନକୁ ବାତିଲ କରାଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ପଶ୍ଚିମବଙ୍ଗ ୧.୧୪ ଲକ୍ଷରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking