29.1 C
Bhubaneswar
Monday, March 30, 2026
Homeଓଡିଶାସତର୍କ ରୁହନ୍ତୁ ଦୋକାନୀ, ସଚେତନ ହୁଅନ୍ତୁ ଖାଉଟି

ସତର୍କ ରୁହନ୍ତୁ ଦୋକାନୀ, ସଚେତନ ହୁଅନ୍ତୁ ଖାଉଟି

ଭୁବନେଶ୍ୱର : ବାତ୍ୟା ଆସୁଛି ବୋଲି ଦୋକାନୀମାନେ ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତିନିଦିନ ପୂର୍ବରୁ ଆଜୁ କିଲୋ ୩୫ଟଙ୍କା ଥିବା ବେଳେ ଏବେ କିଛି ସ୍ଥାନରେ ୫୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ପୂର୍ବରୁ ପିଆଜ କିଲୋ ୪୫ ଟଙ୍କା ଥିଲା ବେଳେ ତାହା ଏବେ ୭୦ ଟଙ୍କାରେ ପହଞ୍ଚିଛି। ବାତ୍ୟା ପୂର୍ବରୁ ଲୋକେ ତରବରିଆ ହୋଇ ଜିନିଷପତ୍ର କିଣୁଛନ୍ତି। ସରକାରୀ ନିୟମକୁ ଅଣଦେଖା କରୁଥିବା ବ୍ୟବସାୟୀମାନେ ସାବାଡ଼ ହେବେ। ଏଥି ପାଇଁ ରାଜ୍ୟ ସରକାର ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛନ୍ତି। ତେଣୁ ଦୋକାନୀ ସତର୍କ ରହିବା ସହିତ ଖାଉଟିମାନେ ସଚେତନ ରହିବାର ଆବଶ୍ୟକତା ରହିଛି।

ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ହେବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନମ୍ବର ଜାରି କରାଯାଇଛି। ଖାଉଟି ମାନେ ହେଲ୍‌ପଲାଇନ୍‌ ନମ୍ବର (୦୬୭୪-୨୩୯୬୨୨୭)ରେ ଅଭିଯୋଗ କରିପାରିବେ। କଲ୍ କରି ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ। ଅଭିଯୋଗ ଅନୁସାରେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking