27.1 C
Bhubaneswar
Wednesday, October 23, 2024
Homeଓଡିଶାଜନ୍ମଦିନରେ ପ୍ରେମିକ ଆସିଲେନି ବୋଲି ପ୍ରେମିକା କ’ଣ କଲା ଜାଣନ୍ତୁ..

ଜନ୍ମଦିନରେ ପ୍ରେମିକ ଆସିଲେନି ବୋଲି ପ୍ରେମିକା କ’ଣ କଲା ଜାଣନ୍ତୁ..

ଭବାନୀପାଟଣା: ପ୍ରେମରେ ମାନ-ଅଭିମାନ ସ୍ୱାଭାବିକ କଥା । କିନ୍ତୁ ଅଭିମାନ ଯେ ଭୟଙ୍କର ରୂପ ଧାରଣ କରିପାରେ ତାହାର ଏକ ବିକୃତ ଚିତ୍ର ଦେଖିବାକୁ ମିଳିଛି ଭବାନୀପାଟଣା ସହରରେ । ପ୍ରେମିକାର ଜନ୍ମଦିନରେ ପ୍ରେମିକ ପହଞ୍ଚି ପାରିଲେନି । ପରଦିନ ସକାଳୁ ଆସିଲେ ବୋଲି ଉଚ୍ଚବାଚ ହେଲା । ବାସ୍‌, ଏତିକି କଥାରେ ଅଭିମାନୀ ପ୍ରେମିକା ବେକରେ ଦଉଡ଼ିଦେଇ ଝୁଲି ପଡ଼ିଲେ! ଭବାନୀପାଟଣା ସଦର ଥାନା ଜନକପୁର ଗାଁର ମନିଷା ଗୌଡ଼(୨୨) ଭବାନୀପାଟଣା ସହରର ବାହାଦୂରବଗିଚା ପଡ଼ାରେ ଏକ ଘର ଭଡ଼ାରେନେଇ ନିଜ ଭାଣିଜିଙ୍କ ସହ ରହୁଥିଲେ । ସେ ସ୍ଥାନୀୟ ଏକ ଅଟୋମୋବାଇଲ ସୋ’ରୁମରେ କାମ କରୁଥିଲେ । ମଦନପୁର ରାମପୁର ଅଞ୍ଚଳର ଜଣେ ଯୁବକଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ- ପୀରତିର ଭାବ ମଧ୍ୟ ଭଲ ଥିଲା । ଗତ ଗୁରୁବାର ଥିଲା ମନିଷାଙ୍କ ଜନ୍ମଦିନ । ଜନ୍ମଦିନ ପାଳନ ପାଇଁ ତାଙ୍କ ପ୍ରେମିକ ଆସିବାର ଥିଲା।

କିନ୍ତୁ କୌଣସି କାରଣରୁ ସେ ଆସିଲେ ନାହିଁ । ମନିଷା ତାଙ୍କ ବାଟ ଚାହିଁଚାହିଁ ନିରାଶ ହୋଇଥିଲେ । ପରଦିନ ଅର୍ଥାତ୍ ଶୁକ୍ରବାର ସକାଳେ ପ୍ରେମିକ ଆସିବାରୁ ମନିଷା ତାଙ୍କ ଉପରେ ଅଭିମାନକରି ପାଟିତୁଣ୍ଡ କରିଥିଲେ । ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଉଗ୍ରରୂପ ଧାରଣକରି ସେ ନିଜ ପ୍ରେମିକଙ୍କୁ ବାଥରୁମରେ ବନ୍ଦ କରିଦେଇଥିଲେ । ପରେ ମନିଷା ଘର ଛାତରେ ଦୌଡି ଲଗାଇ ଆତ୍ମହତ୍ୟା କରିଥିଲେ । ଦୀର୍ଘ ସମୟଧରି ସେ କବାଟ ନଖୋଲିବାରୁ ପ୍ରେମିକଜଣକ ପାଟିତୁଣ୍ଡ କରିଥିଲେ । ସେତେବେଳକୁ ମନିଷାଙ୍କ ଶରୀର ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଟାଉନ୍ ଥାନା ପୁଲିସ୍ ବାହାଦୂରବଗିଚା ପଡ଼ାସ୍ଥିତ ଭଡ଼ାଘରୁ ମନିଷାଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ଅଭିମାନରେ ମନିଷା ଝୁଲିପଡ଼ିଥିବା ଜଣାପଡ଼ଥିଲେ ହେଁ ଆତ୍ମହତ୍ୟାର ସଠିକ୍ କାରଣ ଜାଣିବା ପାଇଁ ପ୍ରେମିକକୁ ଟାଉନ ଥାନାରେ ଅଟକରଖି ପୁଲିସ ପଚରାଉଚୁରା ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking