27.1 C
Bhubaneswar
Wednesday, October 23, 2024
Homeଓଡିଶା୨୪ ଏବଂ ୨୫ରେ ରାଜ୍ୟ ସଂଗ୍ରାହାଳୟ, ଅଭିଲେଖାଗାର ଓ ରାଜ୍ୟ ଗ୍ରନ୍ଥାଗାର ବନ୍ଦ

୨୪ ଏବଂ ୨୫ରେ ରାଜ୍ୟ ସଂଗ୍ରାହାଳୟ, ଅଭିଲେଖାଗାର ଓ ରାଜ୍ୟ ଗ୍ରନ୍ଥାଗାର ବନ୍ଦ

ଭୁବନେଶ୍ୱର: ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରାହାଳୟ, ଓଡ଼ିଶା ରାଜ୍ୟ ଅଭିଲେଖାଗାର ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବନ୍ଦ ରହିବ।

ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ସମସ୍ତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକ ବନ୍ଦ ମଧ୍ୟ ଉକ୍ତ ୦୨ଦିନ ପାଇଁ ବନ୍ଦ ରହିବ। ବିଭାଗ ଅନ୍ତର୍ଗତ ସମସ୍ତ ମଣ୍ଡପ ଯଥା ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ମଧ୍ୟ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking