31.1 C
Bhubaneswar
Wednesday, October 23, 2024
Homeଓଡିଶାଆଜିର ଅନୁଚିନ୍ତା _

ଆଜିର ଅନୁଚିନ୍ତା _

ଯେକୌଣସି ସମୟରେ ସମୟ ଏବଂ ପରିସ୍ଥିତି ବଦଳିପାରେ, ତେଣୁ କାହାକୁ ‘ଅପମାନିତ’ କରନ୍ତୁ ନାହିଁ କିମ୍ବା କାହାକୁ ‘ଦୁର୍ବଳ’ ଭାବନ୍ତୁ ନାହିଁ।ଆପଣ ଶକ୍ତିଶାଳୀ ହୋଇପାରିବେ, କିନ୍ତୁ ‘ସମୟ ସବୁଠାରୁ ଶକ୍ତିଶାଳୀ।*
“ଭଗବତ୍ ନିର୍ଭରତା ବ୍ୟତୀତ ଜୀବର ଉପାୟାନ୍ତର କିଛି ନାହିଁ । ରୋଗ,ଶୋକ,ମୃତ୍ୟୁ ଜଗତର ନିତ୍ୟ ଘଟଣା। ସଂସାରର ଏକମାତ୍ର ନିତ୍ୟ ସତ୍ୟ ଶ୍ରୀଭଗବାନଙ୍କୁ ଆଶ୍ରୟ ନ କଲେ ମୁହୂର୍ତ୍ତେ ହେଲେ ନିରୁଦ୍-ବିଗ୍ନ ହେବାର ଉପାୟ ନାହିଁ। ସୁତରାଂ,ସରଳଭାବରେ ଭଗବାନଙ୍କଠାରେ ଆତ୍ମସମର୍ପଣ କରି ତାଙ୍କ କୃପାଉପରେ ନିର୍ଭର କରିବାକୁ ଅଭ୍ୟାସ କର -ଅଚିରେ ଜୀବନ ମଧୁମୟ ହୋଇଯିବ।”
ଆତ୍ମାକୁ ବାଧିଲା ଭଳି କଥା ଯଦି ନିଜେ ସହି ପାରୁନାହାନ୍ତି….
ତେବେ
ଆଉ କାହାକୁ ମଧ୍ୟ ସେହିଭଳି କଥା କୁହନ୍ତୁ ନାହିଁ….*
“ଯଦି କୌଣସି ଜିନିଷ ହରେଇବାରେ ତୁମକୁ କଷ୍ଟ ଅନୁଭବ ହେଉଛି , ତେବେ ମନେରଖ ଗୋଟିଏ କଥା ଯାହା ତୁମର ହକ୍ ତାକୁ କେହି ବି ତୁମଠାରୁ ଛଡେଇ ନେଇପାରିବେ ନାହିଁ I ଯଦି କିଛି ହରେଇଛ ତେବେ ଭାବିନିଅ ତାହା ତୁମର ହିଁ ନଥିଲା ।ଦେଖୁବ କଷ୍ଟ କିଛି ପରିମାଣରେ କମିଯିବ !!”

କିଛି ଲୋକ ଆମ ଜୀବନକୁ ଆସି ଏମିତି ଶିକ୍ଷା ଦେଇ ଚାଲିଯାଆନ୍ତି ଯେ ଜୀବନରେ ଆଉ କିଛି ଶିଖୁବାକୁ ବାକି ରହେନାହିଁ !!”

“ଯେଉଁ ଲୋକ ସବୁବେଳେ ସତକହିଥାଏ ଓ ସତକୁ ଭଲପାଏ ଦୁନିଆରେ ସର୍ବାଧିକ ଘୃଣା ସେହି ଲୋକକୁ ହିଁ ମିଳିଥାଏ !!”*

ମନୁଷ୍ୟର ବୁଝିବା ଶକ୍ତି ମାତ୍ର ଏତିକି ରହିଥାଏ … ପଶୁ କହିଲେ ରାଗିଯାଏ ବାଘ କିମ୍ବା ସିଂହ କହିଲେ ଖୁସି ହୋଇଯାଏ !!”

“ଯାହା ମନରେ ଦୟା ବୋଲି କିଛି ନାହିଁ ତାକୁ ଜୀବନ ସାରା ଅପେକ୍ଷା କରିଲେ ବି ସେ କେବେବି ଫେରି ନଥାଏ !!”
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

ଅଦ୍ୟ ଅକ୍ଟୋବର ମାସ ୨୩ ତାରିଖ ୨୦୨୪ ମସିହା(ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ ରାତ୍ରି ଘ ୦୧/୧୭ ଗତେ ଅଷ୍ଟମୀ
ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୬/୧୪ ଗତେ ପୁନର୍ବସୁ
ଚନ୍ଦ୍ର – ମିଥୁନ ରାତ୍ରି ଘ ୧୨/୪୪ ଗତେ କର୍କଟ
ଯୋଗ- ଶିବ
କରଣ – ଵିଷ୍ଟି
ସୌରମାସ- ତୁଳା ୦୭ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୫୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୨୬
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ ୦୧/୧୮ ଗତେ ଐଶାନ୍ୟେ
ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶିର ଘାତଚନ୍ଦ୍ର
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୦୮ ମଧ୍ୟେ
ବାରବେଳା – ଦିବା ଘ୦୧/୩୩ ଗତେ ଘ ୦୧/୦୦ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୮ ମଧ୍ୟେ ଓ ଘ ୦୭/୨୫ ଗତେ ଘ୦୮/୧୩ ମଧ୍ୟେ ଓ ରାତ୍ରି ଘ ୦୬/୦୦ ଗତେ ଘ୦୬/୪୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ ୦୬/୩୯ ଗତେ ର ଘ୦୭/୨୪ ମଧ୍ୟେ ଓ ଘ ୦୧/୨୫ ଗତେ ର ଘ୦୪/୧୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ
═✧══•❁❀❁•═════✧

ଆଜିର ରାଶିଫଳ
✧═════•❁❀❁•═════ମେଷ :
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।*
✧═════•❁❀❁•═════
ବୃଷ :
ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*
✧═════•❁❀❁•═════
ମିଥୁନ :
ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
✧═════•❁❀❁•═════
କର୍କଟ:
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।*
✧═════•❁❀❁•═════
ସିଂହ :
ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*
*✧═════•❁❀❁•═════
କନ୍ୟା:
ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।*
✧═════•❁❀❁•═════
ତୁଳା
ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।*
✧═════•❁❀❁•═════
ବିଛା
କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।*
✧═════•❁❀❁•═════
ଧନୁ :
ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।*
✧═════•❁❀❁•═════
ମକର ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ :
ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
ମୀନ :
କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking