27.1 C
Bhubaneswar
Monday, September 14, 2026
Homeଓଡିଶାମାଡି ଆସୁଛି ବାତ୍ୟା ‘ଦାନା’; ଲୋକଙ୍କୁ ସହାୟତା ଯୋଗାଇବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଲେ ନବୀନ

ମାଡି ଆସୁଛି ବାତ୍ୟା ‘ଦାନା’; ଲୋକଙ୍କୁ ସହାୟତା ଯୋଗାଇବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଲେ ନବୀନ

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଦାନା’। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇାପାରେ।

ତେବେ ବାତ୍ୟା ବିପର୍ଯ୍ୟୟ ବେଳେ ଲୋକଙ୍କୁ ସହାୟତା ଯୋଗାଇବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ସବୁ ବିଧାୟକ, ନେତା ଓ ପ୍ରାୟ ୧ କୋଟି କର୍ମୀଙ୍କୁ ନବୀନଙ୍କ ବାର୍ତ୍ତା ଦେଇଛନ୍ତି । ରିଲିଫ ଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟରେ ଲୋକଙ୍କୁ ସହୟତାର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହି ଅନୁସାରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ବିଜେଡି ନେତା ଓ କର୍ମୀମାନେ କାମରେ ଲାଗିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking