25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଆସନ୍ତା ୧୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତା ୧୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଆସୁଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିସାରିଥିବା ବେଳେ ତୃତୀୟ ଗସ୍ତ ନଭେମ୍ବର ମାସରେ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ସାମିଲ ରହିଛି। କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଗସ୍ତ କରୁଛନ୍ତି। ସେ ସେହିଦିନ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନା ଶୁଭାରମ୍ଭ କରିବେ। ଏହି ଅବସରରେ ୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ ରାଉରକେଲା ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ବିଜେପି ନେତାମାନେ ମଧ୍ୟ ମୋଦୀଙ୍କ ଗସ୍ତକୁ ସଫଳ କରିବାରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking