25.1 C
Bhubaneswar
Tuesday, February 3, 2026
Homeଓଡିଶାଆଜିଠୁ +୨ ତୃତୀୟ ପର୍ୟ୍ୟାୟ ନାମଲେଖା ଆବେଦନ

ଆଜିଠୁ +୨ ତୃତୀୟ ପର୍ୟ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର: +୨ର ଦୁଇଟି ପର୍ୟ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍‌‌ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେବ ଆବେଦନ। ୨୭ତାରିଖ ପର୍ୟ୍ୟନ୍ତ ଆଶାୟୀ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ନଭେମ୍ୱର ୧ ତାରିଖରେ ମେଧା ତାଲିକା ସମେତ ୱେଟିଂ ତାଲିକା ପ୍ରକାଶ ପାଇବ। ଖାଲିଥିବା ସିଟ୍‌‌ ସଂଖ୍ୟାର ୧୦ଗୁଣ ଛାତ୍ରଛାତ୍ରୀ ୱେଟିଂ ତାଲିକାରେ ସ୍ଥାନ ପାଇବେ। ୨ ରୁ ୫ ତାରିଖ ପର୍ୟ୍ୟନ୍ତ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଏହାପରେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ୭ ଓ ୮ ତାରିଖ ଅପରାହ୍‌ଣ ୩ଟା ପର୍ୟ୍ୟନ୍ତ ପଞ୍ଜୀକରଣ କରିବା ପରେ ସେହିଦିନ ୪ଟା ୩୦ରେ ଚୂଡ଼ାନ୍ତ ୱେଟିଂ ଲିଷ୍ଟ ପ୍ରକାଶ ପାଇବ। ୧୧ରୁ ୧୩ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ଦୁଇଟି ପର୍ୟ୍ୟାୟରେ ନାମ ଲେଖାଇ ନାହାନ୍ତି ବା ଆବେଦନ କରିନାହାନ୍ତି, ସେମାନେ ଆବେଦନ କରିପାରି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking