26.1 C
Bhubaneswar
Monday, October 21, 2024
Homeଓଡିଶାବାତ୍ୟା ସମୟରେ କେଉଁ ଜିଲ୍ଲାରେ କେତେ ପବନ ବୋହିବ ସୂଚନା ଦେଲେ ଆଇଏମଡି

ବାତ୍ୟା ସମୟରେ କେଉଁ ଜିଲ୍ଲାରେ କେତେ ପବନ ବୋହିବ ସୂଚନା ଦେଲେ ଆଇଏମଡି

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ  ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର‌୍ୟ୍ୟନ୍ତ ଛୁଇଁପାରେ। ବାତ୍ୟା ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୨୪ରୁ ୨୬ ଯାଏଁ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୧୦କିମି ପର‌୍ୟ୍ୟନ୍ତ ରହିପାରେ। ସର୍ବାଧିକ ପବନର ଗତି ଘଣ୍ଟା ପିଛା ୧୨୦କିମି ରହିବ। ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ସମୟରେ ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୯୦କିମି ରହିବ। ଅତ୍ୟଧିକ ପବନର ବେଗ ୧୦୦କିମି ପର‌୍ୟ୍ୟନ୍ତ ରହିପାରେ। ସେହିପରି ପବନର ବେଗ ଘଣ୍ଟା ପିଛା ୫୦ରୁ ୬୦କିମି ହେବାକୁ ଥିଲା ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଗଂଜାମ। ଏହି ସବୁ ଜଲ୍ଲାରେ ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୭୦ କିମି ରହିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking