28.1 C
Bhubaneswar
Wednesday, April 29, 2026
Homeଓଡିଶାପୁଅର ହାତ ଗୋଡ ବାନ୍ଧି ରେଳ ଧାରଣାରେ ଶୁଆଇଦେଲା ବାପା

ପୁଅର ହାତ ଗୋଡ ବାନ୍ଧି ରେଳ ଧାରଣାରେ ଶୁଆଇଦେଲା ବାପା

ବଲାଙ୍ଗୀର : ପାରିବାରିକ କଳି ନେଲା ଉଗ୍ରରୂପ। ଏଥିପାଇଁ ପୁଅ ଉପରେ ରାଗ ଶୁଝାଇଲେ ବାପା। ସ୍ତ୍ରୀ ସହିତ ଝଗଡ଼ା ପରେ ୯ ବର୍ଷର ପୁଅକୁ ରେଳଧାରଣାରେ ବାନ୍ଧି ଦେବା ପରି ଅମାନୁଷିକ କାମ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀରରେ ଘଟିଛି। ଖାଲି ଏତିକି ନୁହେଁ, ପୁଅକୁ ରେଳଧାରଣାରେ ବାନ୍ଧି ଦେବା ପରେ ସେହି ଫଟୋକୁ ଉଠାଇ ପଠାଇଛନ୍ତି। ଫଟୋକୁ ଦେଖିବା ପରେ ଘଟଣାସ୍ଥଳକୁ ଯାଇ ନାବାଳକକୁ ଉଦ୍ଧାର କରିଛି ପୁଲିସ୍। ସୂଚନା ଅନୁଯାୟୀ, ସୁଦପଡ଼ାର ସଚିନ ଦାସ ଓ ତାଙ୍କ ପତ୍ନୀଙ୍କ ମଧ୍ୟ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ସଚିନ ନିଜ ୯ ବର୍ଷର ପୁଅକୁ ଧରି ଘରୁ ବାହାରି ଯାଇଥିଲେ । ସେ ପୁଅକୁ କୁଆଡ଼େ ନେଇ ଗଲେ, ଏନେଇ ପରିବାର ଲୋକ ଚିନ୍ତିତ ହୋଇପଡ଼ିଥିଲେ । ହେଲେ ଘରେ ଥିବା ମୋବାଇଲକୁ ଏକ ଫଟୋ ଆସିଲା । ଏହି ଫଟୋ ଦେଖି ସଚିନଙ୍କ ପତ୍ନୀ ହତବାକ ହୋଇଯାଇଥିଲେ । ସଚିନ ନିଜ ପୁଅକୁ ରେଳଧାରଣାରେ ବାନ୍ଧି ଦେଇଥିଲେ। ଏହାପରେ ତୁରନ୍ତ ପରିବାର ଲୋକ ପୁଲିସକୁ ଜଣାଇଥିଲେ। ଆଉ ରେଳବାଇ ପୁଲିସ୍ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ବାପାକୁ ଅଟକ ରଖିଛି ପୁଲିସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking