32.1 C
Bhubaneswar
Saturday, October 19, 2024
Homeଓଡିଶାପାଣ୍ଡିଆନ ଓ ନବୀନଙ୍କ ମଧ୍ୟରେ ବହୁତ ଫରକ: ନୃସିଂହ ସାହୁ

ପାଣ୍ଡିଆନ ଓ ନବୀନଙ୍କ ମଧ୍ୟରେ ବହୁତ ଫରକ: ନୃସିଂହ ସାହୁ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ମଧ୍ୟ ନିଜର ଅସନ୍ତୋଷ ଝାଡ଼ିଛନ୍ତି । ସେ ଭି.କେ ପାଣ୍ଡିଆନ ଉଦେ୍ଧଶ୍ୟରେ ଏକ ତେରଛା ବାଣ ମାରିଛନ୍ତି । ଶ୍ରୀ ସାହୁ ପରୋକ୍ଷରେ ଭି.କେ ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ଯଦି ନବୀନ ପଟ୍ଟନାୟକ ସବୁ ଅଞ୍ଚଳ ବୁଲିଥାନ୍ତେ ତେବେ ନିର୍ବାଚନ ଫଳାଫଳ ଭଲ ହୋଇଥାଆନ୍ତା । ଭି.କେ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ଫରକ ରହିଛି । ନିର୍ବାଚନରେ ନବୀନ ପଟ୍ଟନାୟକ ବୁଲିଲେନି । ତାଙ୍କ ବଦଳରେ ଅନ୍ୟ କେହି ବୁଲି ପ୍ରଚାର କଲେ କ’ଣ ହେବ । ଟିକେଟ ଅସନ୍ତୋଷ ପାଇଁ ଆମ ହାତରୁ କିଛି ସିଟ ଚାଲିଯାଇଛି । ଆଉ ଲୋକ ପରିବର୍ତ୍ତନ ଚାହୁଁଥିଲେ ଆଉ ତାହାର ପ୍ରତିଫଳନ ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।

ଲହ ଲହ ହେଉଛି ଜିଭ । ବୋଲ ମାନୁନି ତୁଣ୍ଡ । ସକାଳ ପାହିଲା ବେଳକୁ ଯାହା ତୁଣ୍ଡକୁ ଯାହା ଆସିଲା କହୁଛନ୍ତି ନେତା । ଭୋଟ ପୂର୍ବରୁ କିନ୍ତୁ ମୁହଁରେ ତାଲା ଲାଗିଥିଲା । ଅସନ୍ତୋଷର ନିଆଁ ଭିତରେ କୁହୁଳୁଥିଲା । କାର୍ୟ୍ୟାନୁଷ୍ଠାନ ଭୟରେ କିନ୍ତୁ ଚୁପ୍‌ ଥିଲେ। ଏବେ କିନ୍ତୁ ବାଡ଼ ବତା ନାହିଁ । ଗତ କିଛି ଦିନ ହେବ ବିଜୁ ଜନତା ଦଳରେ ବିସ୍ଫୋରକ ସ୍ଥିତି । ଭେଟେରାନ ନେତାମାନେ ସଭାମଞ୍ଚ ହେଉ ଅବା ଗଣମାଧ୍ୟମରେ ନିଜ ଅସନ୍ତୋଷକୁ ଝାଡ଼ୁଛନ୍ତି । ୪ ମାସ ପରେ ଦଳୀୟ ନେତାଙ୍କ ଏଭଳି ବୟାନବାଜିରୁ ଲାଗୁଛି ଦଳରେ ସବୁ ଠିକଠାକ୍‌ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking