32.1 C
Bhubaneswar
Saturday, October 19, 2024
Homeଓଡିଶାଏକାଠି ନଜର ଆସିବେ ସମ୍ବିତ ଓ ତମନ୍ନା

ଏକାଠି ନଜର ଆସିବେ ସମ୍ବିତ ଓ ତମନ୍ନା

ଭୁବନେଶ୍ୱର: ଆର୍‌ପି ପ୍ରଡକ୍‌ସନ୍‌ସ ବ୍ୟାନର୍‌ରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅକ୍ସିଜେନ୍’ ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ଯାଉଛି । ଏହି ସିନେମାରେ ମୁଖ୍ୟ ନାୟକ-ନାୟିକା ଭୂମିକାରେ ଅଛନ୍ତି ସମ୍ବିତ ଓ ତମନ୍ନା। ଏହାବାଦ୍‌ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ନାମୀ ଦାମୀ କଳାକାର ମାନଙ୍କ ସମେତ ନୂଆ ନୂଆ ଚରିତ୍ର । ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରଶ୍ମିରଂଜନ ପଣ୍ଡା। ଶିବପ୍ରସାଦ ପଣ୍ଡାଙ୍କ ପ୍ରଯୋଜିତ ‘ଅକ୍ସିଜେନ୍’ର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ। ଅଭିଜିତ ମଜୁମଦାର ‘ଅକ୍ସିଜେନ୍’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ତପୁ ନାୟକ ଓ ସତ୍ୟରଞ୍ଜନ ବଳ। ସଂପ୍ରତି ଦେଖାଯାଉଥିବା ପାରିବେଶିକ ସମସ୍ୟା ଉପରେ ଏହାର କାହାଣୀ ଆଧାରିତ ବୋଲି କୁହାଯାଉଛି। ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking