28.1 C
Bhubaneswar
Friday, October 18, 2024
Homeଅପରାଧଯୁବତୀଙ୍କୁ ଜୀବନ୍ତ ଜାଳି ଦେଲା ୧୯ ବର୍ଷୀୟ ଯୁବକ

ଯୁବତୀଙ୍କୁ ଜୀବନ୍ତ ଜାଳି ଦେଲା ୧୯ ବର୍ଷୀୟ ଯୁବକ

ଭୋପାଳ: ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା । ଜଣେ ଯୁବତୀଙ୍କୁ ଜୀବନ୍ତ ଜାଳି ଦେଇ ହତ୍ୟା କରିଛି ଜଣେ ୧୯ ବର୍ଷୀୟ ପିଲା । ଯୁବତୀ ଜଣଙ୍କ ପିଲାଟିର ବାପାଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ । ବାସ୍ ଏହାର ପ୍ରତିଶୋଧ ନେବାକୁ ଏପରି ଜଘନ୍ୟକାଣ୍ଡ ଘଟାଇଛି ୧୯ ବର୍ଷୀୟ ପିଲା । ଘଟଣାଟି ମଧ୍ୟପ୍ରଦେଶର ଖଣ୍ଡୱା ଠାରେ ଅକ୍ଟୋବର ୧୨ରେ ଘଟିଥିଲେ ବେଳେ ଶୁକ୍ରବାର ଏ ସମ୍ପର୍କରେ ପୁଲିସ୍ ସୂଚନା ଦେଇଛି । ଏସ୍‌ପି ମନୋଜ କୁମାର ରାୟଙ୍କ କହିବା କଥା ଯେ ଯୁବତୀ ଜଣଙ୍କ ଗୁରୁବାର ରାତିରେ ଇନ୍ଦୋରରେ ଥିବା ସରକାରୀ ମହାରାଜ ଯଶବନ୍ତରାଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ଯୁବତୀ ଜଣଙ୍କ ମଙ୍ଗିଲାଲ ବାଲାଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏଥିପାଇଁ ତାଙ୍କୁ ଅକ୍ଟୋବର ୭ରେ ଗିରଫ କରାଯାଇଥିଲା । ହେଲେ ସେ ଅକ୍ଟୋବର ୮ରେ ଜାମିନରେ ଖଲାସ ହୋଇଥିଲେ । ଜାମିନ ପାଇଥିଲେ ହେଁ ତାଙ୍କ ବିରୋଧରେ କେସ ଚାଲିଥିଲା । ଏସବୁ ଭିତରେ ମଙ୍ଗିଲାଲଙ୍କ ପୁଅ ଅର୍ଜୁନ ଯୁବତୀଙ୍କ ପାଖରେ ପହଞ୍ଚିବା ସହ ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଧମକ ଦେଇଥିଲା । ଯୁବତୀ ଜଣଙ୍କ କିଛି ନ ଶୁଣିବାରୁ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଏଥିଯୋଗୁ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ପୁଲିସ ମଧ୍ୟ ହତ୍ୟା ଉଦ୍ୟମ ମାମଲା କରି ଅର୍ଜୁନକୁ ଗିରଫ କରିଥିଲା । ହେଲେ ଏବେ ଯୁବତୀଙ୍କର ମୃତ୍ୟୁ ହେବା ପୁଲିସ ହତ୍ୟା ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking