17.1 C
Bhubaneswar
Tuesday, February 10, 2026
Homeଓଡିଶାଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର: ନୂତନ ଜୀବନ ପାଇଲେ ସୋମ୍

ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର: ନୂତନ ଜୀବନ ପାଇଲେ ସୋମ୍

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ (ଏସ୍‌ସିବି)ପ୍ଲାଷ୍ଟିକ ସର୍ଜରୀ ବିଭାଗ ଦ୍ୱାରା ସଫଳ ଅସ୍ତ୍ରୋପଚାର ଯୋଗୁ ଜଣେ ୪ବର୍ଷର ଶିଶୁ ନୂତନ ଜୀବନ ଲାଭ କରିଛନ୍ତି। ଯାଜପୁର ଜିଲା ପାଣିକୋଇଲି ଅଞ୍ଚଳର ବାସିନ୍ଦା ଭରତ ସିଂହ ଓ ଜ୍ୟୋତି ସିଂହଙ୍କ ୪ବର୍ଷର ପୁଅଙ୍କ ଡାହାଣ ହାତରେ ମାଂସ ବଢ଼ି ଟ୍ୟୁମର ହୋଇଥିବାବେଳେ ସେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ। ତେବେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗୀୟ ମୁଖ୍ୟ ଡା.ବିଭୂତି ଭୂଷଣ ନାୟକଙ୍କ ସହ ଚାରିଜଣିଆ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି। ଜନ୍ମରୁ ସୋମ୍‌ର ଡାହାଣ ହାତରେ ମାଂସ ବଢ଼ି ହାତ ବଡ଼ ହେବାରେ ଲାଗିଥିଲା। ତିନିବର୍ଷ ପୂର୍ବେ ସୋମ୍‌କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭରତ ଓ ଜ୍ୟୋତି ଆଣିଥିଲେ ହେଲେ ଡାକ୍ତର ପରାମର୍ଶ ନମାନି ଗାଁକୁ ଫେରି ଯାଇଥିଲେ ।

ପରେ ସୋମ୍‌ର ହାତରେ ବଢ଼ୁଥିବା ମାଂସ କାନ୍ଧ ଆଡ଼କୁ ମାଡ଼ିବାକୁ ଲାଗିଲା । ଶିଶୁଟି ବିଷୟରେ ଖବର ପାଇଁ ସମାଜସେବୀ ଶିଶିର ସାହୁ ଓ ଲଳିତ ରାୟ ସୋମ୍‌ଙ୍କୁ ଗତ ମାସରେ ସୋମ୍‌କୁ ଏସ୍‌ସିବି ଆଣି ଡାକ୍ତର ଦେଖାଇଥିଲେ। ପରେସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇ ସୋମ୍‌ଙ୍କୁ ଉକ୍ତ ବିଭାଗରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ପୂର୍ବାହ୍ନ ସମୟରେ ସୋମ୍‌ର ଅସ୍ତ୍ରୋପଚାର କରାଯାଇଥିବା ବେଳେ ପ୍ରାୟ ୨ କେଜି ଓଜନର ଟ୍ୟୁମର ହାତରୁ କଢ଼ାଯାଇଛି। ଏନେଇ ବିଭାଗୀୟ ମୁଖ୍ୟ ଡା.ନାୟକ କହିଛନ୍ତି, ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ଥିଲା ।

ଏହି ରୋଗକୁ ଭାସ୍‌କୁଲାରମାଲ୍‌ଫରମେସନ୍ କୁହାଯାଏ। ଏଥିରେ ମାଂସ ବଢ଼ିବା ସହ ରକ୍ତନଳୀକୁ ମାଂସ ଚଢ଼ିଯାଇଥାଏ । ଯାହାଦ୍ୱାରା ସାଧାରଣ ଶିଶୁଙ୍କ ହାତ ଭଳି ତାହା କାମ କରି ନଥାଏ । ଏହି ଅସ୍ତ୍ରୋପଚାର ଏକ ବଡ଼ ଚ୍ୟାଲେଞ୍ଜ ରହିଥିଲା, ହାତ ଅକାମୀ ହେବା ସହ ରକ୍ତନଳୀ କଟିଯିବାର ଭୟ ରହିଥିଲା । କିନ୍ତୁ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିଛୁ ଏବଂ ଅସ୍ତ୍ରୋପଚାର ସଫଳ ହୋଇଛି।ଏବେ ଶିଶୁଟିର ଅବସ୍ଥା ସ୍ଥିର ରହିଛି।ଆଗାମୀ ଦୁଇ ସପ୍ତାହ ଯାଏଁ ଶିଶୁଟିକୁ ନଜରରେ ରଖାଯିବ। ଧୀରେ ଧୀରେ ସାଧାରଣ ଶିଶୁଙ୍କ ଭଳି ଶିଶୁଟିର ହାତ ଧୀରେ ଧୀରେ କାମ କରିବ ବୋଲି ସେ କହିଛନ୍ତି। ଶିଶୁଟିର ଛାତିରେ ମଧ୍ୟ ମାଂସ ବଢ଼ିଛି । ତିନିମାସ ପରେ ଛାତିର ଅସ୍ତ୍ରୋପଚାର କରାଯିବା ନେଇ ନାୟକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking