32.1 C
Bhubaneswar
Sunday, April 5, 2026
Homeଖେଳମୁମ୍ବାଇ ଇଣ୍ଡିଆନ୍ସରେ ପାରସ ମାହାମ୍ବ୍ରେ

ମୁମ୍ବାଇ ଇଣ୍ଡିଆନ୍ସରେ ପାରସ ମାହାମ୍ବ୍ରେ

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ବୋଲିଂ କୋଚ୍ ପାରସ ମାହାମ୍ବ୍ରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଆଗାମୀ ସିଜନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ରେ ଯୋଗ ଦେଇଛନ୍ତି। ୨୦୦୮ରେ ମଧ୍ୟ ସେ ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଷ୍ଟାଫ୍‌ର ସଦସ୍ୟ ଥିଲେ। ମାହାମ୍ବ୍ରେ ମୁଖ୍ୟ କୋଚ୍ ମାହେଲା ଜୟବର୍ଦ୍ଧନେଙ୍କ ନେତୃତ୍ୱରେ ବୋଲିଂ କୋଚ୍ ଲାସିଥ୍ ମାଲିଙ୍ଗାଙ୍କ ସହ କାମ କରିବେ। ଚଳିତ ବର୍ଷ ଅନ୍ତରେ ହେବାକୁ ଥିବା ଖେଳାଳି ନିଲାମୀରେ ମଧ୍ୟ ସେ ଉପସ୍ଥିତ ରହିବେ।

ଏହି ନିଯୁକ୍ତ ସମ୍ପର୍କରେ ଫ୍ରାଞ୍ଚାଇଜି ପକ୍ଷରୁ ବୁଧବାର ଔପଚାରିକ ଘୋଷଣା କରାଯାଇଛି। ଚଳିତ ବର୍ଷ ଜୁନ୍ ୨୯ରେ ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍‌ର ବୋଲିଂ କୋଚ୍ ଥିଲେ। ପାରସ ମାହାମ୍ବ୍ରେ ଭାରତ ପକ୍ଷରୁ ଦୁଇଟି ଟେଷ୍ଟ ଏବଂ ତିନିଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟର୍ ବହୁ ଚମତ୍କାର ଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ତାଙ୍କୁ ଅଧିକ ସଫଳତା ମିଳିନଥିଲା। ତାଙ୍କ ସମ୍ପର୍କରେ କୁହାଯାଏ ଯେ ସେ ଜଣେ ଖେଳାଳି ଅପେକ୍ଷା ଅଧିକ ପ୍ରତିଭାଶାଳୀ କୋଚ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking