28.1 C
Bhubaneswar
Wednesday, October 16, 2024
Homeଓଡିଶାଶ୍ରୀମନ୍ଦିରରେ ମହାପ୍ରସାଦ ଚଢା ଦର ଶୁଣି ଭକ୍ତ ଛାନିଆ

ଶ୍ରୀମନ୍ଦିରରେ ମହାପ୍ରସାଦ ଚଢା ଦର ଶୁଣି ଭକ୍ତ ଛାନିଆ

ପୁରୀ : ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ଦର ଶୁଣି ଭକ୍ତ ଛାନିଆ। ଯେଉଁଠି ୧୦୦ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨୦୦ ଟଙ୍କା ଉପରେ। ଶୁଖିଲା ଭୋଗ ଭାବେ ପିଠା, ଖଜା ରେଟ ତିନି ଗୁଣା ଉଚ୍ଚା। ଆଗରୁ ୫ ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ ଟଙ୍କିଆ ପିଠା ୩୦ ଟଙ୍କା, ଆଉ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବା ବେଳେ ବରିଷ୍ଠ ସେବାୟତ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।

ସେପଟେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଅବଢ଼ା ଦର ବୃଦ୍ଧି ନିରାକରଣ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିନଥିବା ବେଳେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ସହ ରେଟ୍‌ଚାଟ୍‌ ଲଗାଇବାକୁ ଉଦ୍ୟମ ଚାଲିଥିବା କହିଛନ୍ତି। ସେମିତି ଆଇନମନ୍ତ୍ରୀ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଶ୍ରୀମନ୍ଦିରରେ ଦୀପ ହେଉ କି ମହାପ୍ରସାଦ, ଶୁଦ୍ଧତାକୁ ନେଇ କୌଣସି ପ୍ରକାର ସାଲିସ କରାନଯିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking