30.1 C
Bhubaneswar
Friday, February 13, 2026
Homeଓଡିଶାଶିକ୍ଷାନୁଷ୍ଠାନ ନିକଟରେ ବେଲଗାମ ତବାକୋ ବିକ୍ରୀକୁ ଛାତ୍ର କଂଗ୍ରେସର ବିରୋଧ

ଶିକ୍ଷାନୁଷ୍ଠାନ ନିକଟରେ ବେଲଗାମ ତବାକୋ ବିକ୍ରୀକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ୱର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ସଂସଦରେ ନିର୍ଦ୍ଦିଷ୍ଟ ଆଇନ ପାରିତ ହେଲାପରେବି ଶିକ୍ଷାନୁଷ୍ଠାନ ନିକଟରେ ବେଲଗାମ ତବାକୋ ପ୍ରଡକ୍ଟ ବିକ୍ରୀ ଚାଲିଛି । ପ୍ରଶାସନ ପକ୍ଷରୁ ଏ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । କୋପତା ମସିହାରେ ସଂସଦରେ ପାରିତ ହେଲାପରେ ନିର୍ଦ୍ଦିଷ୍ଟ ନୀତି ନିଦ୍ଧାରଣ ହେଲା ଯେ ଶିକ୍ଷାନୁଷ୍ଠାନର ବାଉଣ୍ଡରୀ ପାଖରୁ ୧୦୦ ୟାର୍ଡ଼ ପରିସୀମା ଭିତରେ ତବାକୋ ପ୍ରଡକ୍ଟ ବିକ୍ରୀ କରାଯାଇ ପାରିବ ନାହିଁ । ସେଥିପାଇଁ ସିଗାରେଟ ଏବଂ ଅନ୍ୟ ତବାକୋ ପ୍ରଡକ୍ଟ ଆଇନ ପ୍ରଚଳନ ହେଲା । ସେହି ଆଇନରେ ଉଲ୍ଲେଖ ହୋଇଛି ଯେ ପୋଲିସ ସବଇନସପ୍ଟେର ବା ତଦୃଦ୍ଧ ର‌୍ୟାଙ୍କରେ ଥିବା ଅଫିସର, ରାଜ୍ୟ ଖାଦ୍ୟ କିମ୍ବା ଡ୍ରଗ୍ସ ଆଡ଼ିମିନଷ୍ଟ୍ରେସନର ଅଫିସରମାନେ ଏହି ବିକ୍ରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଶିକ୍ଷାନୁଷ୍ଠାନ ବାଉଣ୍ଡରୀ ଠାରୁ ୧୦୦ ମିଟର ପରିସରରେ ତବାକୋ ପ୍ରଡକ୍ଟ ବିକିଲେ ତତ୍‌କ୍ଷଣାତ ୨୦୦ ଟଙ୍କା ଜୋରିମାନା ସହିତ ଅନ୍ୟ ଦଣ୍ଡବିଧାନ ରହିଛି । ଅନ୍ୟପକ୍ଷରେ ଯେଉଁମାନେ ସେହି ୧୦୦ ମିଟର ପରିସର ଭିତରେ ତବାକୋ ପ୍ରଡକ୍ଟର ପ୍ରଚାର କରିବେ ସେମାନଙ୍କୁ ଦୁଇ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବା ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି ।

ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ପକ୍ଷରୁ ନିଶାମୁକ୍ତ କ୍ୟାମ୍ପସ ପାଇଁ ଚିନ୍ତା ପ୍ରକଟ କରାଯାଇଛି । ଗ୍ଲୋବାଲ ୟୁଥ ତବାକୋ ସର୍ଭେ-୨୦୧୯ ରିପୋର୍ଟରେ ଭାରତରେ ପ୍ରତିବର୍ଷ ଚିନ୍ତାଜନକ ଭାବେ ନୂଆ ପିଲା ନିଶା ସେବନ କରୁଛନ୍ତି । ଯେଉଁମାନେ ଏହି ନିଶା ସହ ଅଭ୍ୟସ୍ତ ସେଥିରୁ ୫୫ ପ୍ରତିଶତ ୨୦ ବର୍ଷରୁ କମ ପିଲା । ଗ୍ଲୋବାଲ ୟୁଥ ତବାକୋ ସର୍ଭେ-୨୦୧୯ ରିପୋର୍ଟ ଅନୁସାରେ ୮.୫ ପ୍ରତିଶତ ସ୍କୁଲ ପିଲା ନିୟମିତ ନିଶାସେବନ କରୁଛନ୍ତି । ୨୦୨୧ ରେ ତବାକୋ ସେବନ କାରଣରୁ ଦେଶରେ ୧ ମିଲୟନ ଲୋକ ମରୁଛନ୍ତି । ଯାହାକି ସମୁଦାୟ ମୃତ୍ୟୁ ସଂଖ୍ୟାର ୧୭.୮ ପ୍ରତିଶତ।

ସୁତରାଂ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛିଯେ ସବୁ କ୍ୟାମ୍ପସରେ ଏକ ସ୍ୱତନ୍ତ୍ର ଟିମ କରାଯାଇ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶିକ୍ଷାନୁଷ୍ଠାନର ଶିକ୍ଷାନୁଷ୍ଠାନର ବାଉଣ୍ଡରୀ ଠାରୁ ୧୦୦ ମିଟର ପରିସରରେ ଥିବା ତବାକୋ ବିକ୍ରୀକୁ ବିରୋଧ କରାଯିବ ଏବଂ ଏହାର ବିଜ୍ଞାପନକୁ ହଟେଇ ଦିଆଯିବ । ଏଠାରେ ତବାକୋ ସମ୍ପର୍କିତ ବିଜ୍ଞାପନ ଦେଉଥିବା ତବାକୋ କମ୍ପାନୀଙ୍କୁ ସର୍ତକ କରାଇ ଦିଆଯାଉଛି ଯେ ସେମାନେ ତୁରନ୍ତ ଶିକ୍ଷାନୁଷ୍ଠାନ ନିକଟରୁ ସେମାନଙ୍କର ବିଜ୍ଞାପନ ଗୁଡ଼ିକୁ ହଟେଇ ନିଅନ୍ତୁ । ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯାଉଛି ଯେ ଏହି ଆଇନକୁ ପ୍ରଶାସନ କଡ଼ାକଡ଼ି ଭାବରେ ପାଳନ କରୁ । ଯଦି ୭୨ ଘଂଟା ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ନନିଅନ୍ତି ତେବେ ଛାତ୍ର କଂଗ୍ରେସ ଛାତ୍ରମାନଙ୍କୁ ବୃହତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଆନ୍ଦୋଳନ କରିବା ସହ ଛାତ୍ର କଂଗ୍ରେସ ପକ୍ଷରୁ ସିଧାସଳଖ ତବାକୋ ବିକ୍ରୀ ଏବଂ ବିଜ୍ଞାପନ ଗୁଡ଼ିକୁ ହଟାଇ ଦିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ତିକେଶ୍ୱର କାଣ୍ଡି, ଭାଗ୍ୟଶ୍ରୀ ମହାନ୍ତି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking