28.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶ୮ ବର୍ଷ ଧରି ପରିସ୍ରା ମିଶାଇ ଅଟା ଚକଟୁଥିଲେ ଘରୋଇ ସହାୟିକା

୮ ବର୍ଷ ଧରି ପରିସ୍ରା ମିଶାଇ ଅଟା ଚକଟୁଥିଲେ ଘରୋଇ ସହାୟିକା

ଉତ୍ତରପ୍ରଦେଶ : ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜଣେ ଘରୋଇ ସହାୟିକା ବର୍ଷ ବର୍ଷ ଧରି ପରିସ୍ରାରେ ଅଟା ଚକଟି ଆସୁଥିଲେ, ଯେଉଁ କାରଣରୁ ଏକ ଭୟଙ୍କର ରୋଗର ଶିକାର ହୋଇଥିଲା ମାଲିକ ପରିବାର । ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟ ଭଲ ନ ହେବାରୁ ମାଲିକ ଜଣକ ରୋଷେଇ ଘରେ ସିସିଟିଭି କ୍ୟାମେରା ଲଗାଇଥିଲେ । ଆଉ ଏହାପରେ ପୂରା ଘଟଣାର ଖୁଲାସା ହୋଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଘରୋଇ ସହାୟିକାଙ୍କୁ ଗିରଫ କରିଛି । ସହାୟିକା ଜଣକ ୮ ବର୍ଷ ଧରି ଜଣଙ୍କ ଘରେ କାମ କରୁଥିଲେ । ହେଲେ ସେ ମାଲିକ ପରିବାର ପାଇଁ ଯେଉଁ ଖାଦ୍ୟ ରାନ୍ଧୁଥିଲେ, ସେଥିରେ ସେ ପରିସ୍ରା ମିଶାଉଥିଲେ । ଫଳରେ ପୂରା ପରିବାର ଭୟଙ୍କର ରୋଗର ଶିକାର ହୋଇଥିଲା । ମାଲିକ ରୋଷେଇ ଘରେ ସିସିଟିଭି କ୍ୟାମେରା ଲଗାଇବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା ।

 ପୋଲିସ ସୂଚନା ଅନୁସାରେ, ଗତ କିଛି ମାସ ତଳେ ଏଠାରେ ଜଣେ ରିୟଲ ଇଷ୍ଟେଟ୍ ବ୍ୟବସାୟୀ ଏବଂ ତାଙ୍କ ପରିବାର ଗୁରୁତର ଭାବରେ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ପେଟ ଏବଂ ଯକୃତ ସମ୍ବନ୍ଧୀୟ ରୋଗର ଶିକାର ହୋଇଥିଲେ । ପ୍ରାରମ୍ଭରୁ ସେମାନେ ଏହାକୁ ସାମାନ୍ୟ ସଂକ୍ରମଣ ବୋଲି ଭାବି ଡାକ୍ତରୀ ଚିକିତ୍ସା କରାଇଥିଲେ । କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସି ନ ଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବାର ଦେଖି ପରିବାର ଲୋକେ ଖାଦ୍ୟରେ ଅପମିଶ୍ରିତ ନେଇ ସନ୍ଦେହ କରିଥିଲେ । ଏହାପରେ ସେମାନେ ଖାଦ୍ୟ ପ୍ରସ୍ତୁତି ଉପରେ ନଜର ରଖିବା ପାଇଁ ଘରେ ସିସିଟିଭି କ୍ୟାମେରା ଲଗାଇଥିଲେ । ହେଲେ ଫୁଟେଜ୍ରେ ସେମାନେ ଯାହା ଦେଖିବାକୁ ପାଇଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ, ଘରେ କାମ କରୁଥିବା ସହାୟିକା ଖାଦ୍ୟ ତିଆରି ବେଳେ ସେଥିରେ ପରିସ୍ରା ମିଶାଉଥିଲେ । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking