28.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଲେବାନନ୍‌ରେ ୪ ଲକ୍ଷ ଶିଶୁ ବିସ୍ଥାପିତ

ଲେବାନନ୍‌ରେ ୪ ଲକ୍ଷ ଶିଶୁ ବିସ୍ଥାପିତ

ବେରୁଟ : ଗତ ୩ ସପ୍ତାହ ହେବ ଲେବାନନ୍‌ରେ ଇସ୍ରାଏଲ ଓ ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଯୋଗୁ ୪ ଲକ୍ଷରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି । ଲେବାନନ୍ରେ ମାନବୀୟ କାର୍ଯ୍ୟ ପାଇଁ ନିୟୋଜିତ ୟୁନାଇଟେଡ୍ ନେଶନ୍ ଚିଲ୍େଡ୍ରନ୍ ଫଣ୍ଡ୍‌(ୟୁନିସେଫ୍‌)ର ଉପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟେଡ୍ ଚାଇବାନ୍ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଲେବାନନ୍ ପରି ଏକ ଛୋଟ ଦେଶରେ ଯୁଦ୍ଧ ଯୋଗୁ ଏକ ନିର୍ଦ୍ଦିଷ୍ଟ ପିଢ଼ି ଲୋପ ପାଇଯିବା ନେଇ ମଧ୍ୟ ସମ୍ଭାବନା ଥିବାର ସେ ଚେତାବନୀ ଦେଇଛନ୍ତି । ଇସ୍ରାଏଲ ପକ୍ଷରୁ ସମ୍ପ୍ରତି ଗାଜାରେ ହମାସ ସହ ଓ ଲେବାନନ୍ରେ ହେଜବୋଲ୍ଲା ବିରୋଧରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ଯୋଗୁ ଲେବାନନ୍ରେ ୧୨ ଲକ୍ଷ ଲୋକ ସେମାନଙ୍କ ଘରୁ ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ୩ ସପ୍ତାହ ମଧ୍ୟରେ ବେରୁଟ୍ ଏବଂ ଉତ୍ତର ଲେବାନନ୍ର ବିଭିନ୍ନ ଅଞ୍ଚଳକୁ ପଳାୟନ କରି ଆଶ୍ରୟସ୍ଥଳୀ ଗୁଡ଼ିକରେ ରହୁଛନ୍ତି । ଚାଇବାନ କହିଛନ୍ତି, ଗତ ୩ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧରେ ଶିଶୁ ଏବଂ ପିଲାମାନେ ହିଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।

ଯୁଦ୍ଧ ଯୋଗୁ ଲେବାନନ୍ର ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି । ଦେଶରେ ପ୍ରାୟ ୧୨ ଲକ୍ଷ ପିଲା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଯୁଦ୍ଧ ଯୋଗୁ ବହୁ ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଅନେକ ସ୍କୁଲକୁ ବିସ୍ଥାପିତମାନେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରୁଛନ୍ତି, ତେଣୁ ସେଠାରେ ମଧ୍ୟ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ତେବେ ଲେବାନନ୍ର କେତେକ ଘରୋଇ ବିଦ୍ୟାଳୟ ଏବେ ମଧ୍ୟ ଚାଲୁ ରହିଥିବା ଚାଇବାନ କହିଛନ୍ତି । ଯୁଦ୍ଧ ଯୋଗୁ ଲେବାନନ୍ରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ବ୍ୟବସ୍ଥା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ଦେଶରେ ରହୁଥିବା ପାଲେଷ୍ଟିନୀୟ ଏବଂ ଶିରୀୟ ଶରଣାର୍ଥୀମାନେ ମଧ୍ୟ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛନ୍ତି । ଇସ୍ରାଏଲ ଓ ହେଜ୍ୱୋଲ୍ଲା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଲେବାନନ୍ରେ ଅନେକ ଲକ୍ଷ ଶିଶୁଙ୍କ ଉପରେ ଶିକ୍ଷା ହରାଇବାର ବିପଦ ରହିଥିବା ଚାଇବାନ କହିଛନ୍ତି । ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଦେଶର ୨୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଗତ ୩ ସପ୍ତାହ ମଧ୍ୟରେ ୧୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିବାବେଳେ ୮୦୦ରୁ ଅଧିକ ଶିଶୁ ଆହତ ହୋଇଥିବା ନେଇ ଚାଇବାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking