14.1 C
Bhubaneswar
Sunday, December 7, 2025
Homeଓଡିଶାମୋତେ ହରାଇବାକୁ ରଞ୍ଜିତା ପ୍ଲାନ କରିଥିଲେ: ଲତିକା

ମୋତେ ହରାଇବାକୁ ରଞ୍ଜିତା ପ୍ଲାନ କରିଥିଲେ: ଲତିକା

ଭୁବନେଶ୍ୱର: ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ମୋତେ ହରାଇବାକୁ ପ୍ଲାନ କରିଥିଲେ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏଭଳି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ରଞ୍ଜିତା ବିଜେପି ସହ ହାତ ମିଶାଇ ଦଳ ବିରୋଧୀ କାର୍ଯ୍ୟକରୁଛନ୍ତି ବୋଲି ଲତିକା ପ୍ରଧାନ କହିଛନ୍ତି । ଏପରିକି ମୋତେ ହରାଇବା ପାଇଁ ରଞ୍ଜିତା ପ୍ଲାନ କରିଥିଲେ ବୋଲି ଲତିକା କହିଛନ୍ତି । ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା ।

ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ନେଇ ପ୍ରମାଣ ବି ଅଛି ବୋଲି ଲତିକା କହିଛନ୍ତି । ଏପରିକି ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି । କାର୍ଯ୍ୟାନୁଷ୍ଠାନ ନେବାକୁ ଦଳର ସଭାପତିଙ୍କୁ ଅନୁରୋଧ କରିଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲତିକା ପ୍ରଧାନ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନିର୍ବାଚନ ପରେ ପରେ ବିଜେଡିର ଦଳୀୟ କନ୍ଦଳ ତଥା ନେତା ଓ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ବହୁ ବିଜେଡି ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ପରସ୍ପରକୁ ଦୋଷାରୋପ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking