29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶହିଜବୁଲ୍ଲାର ଡ୍ରୋନ୍ ହମଲା ଇସ୍ରାଏଲର ନିଦ ଉଡାଇ ଦେଇଛି

ହିଜବୁଲ୍ଲାର ଡ୍ରୋନ୍ ହମଲା ଇସ୍ରାଏଲର ନିଦ ଉଡାଇ ଦେଇଛି

ନୂଆଦିଲ୍ଲୀ : ଇସ୍ରାଏଲ ଏହି ସମୟରେ ଏକା ସାଥିରେ ଅନେକ ମୋର୍ଚ୍ଚାକୁ ନେଇ ଯୁଦ୍ଧ ଲଢୁଛି । ଏଥିରେ ମିସାଇଲ ଓ ଡ୍ରୋନ୍‌ ହମଲା ଗୁଡ଼ିକରୁ ବର୍ତ୍ତିବା ପାଇଁ ଇସ୍ରାଏଲ ନିଜ ସୀମା ଗୁଡ଼ିକରେ ସବୁଠୁ ବଡ଼ ସୁରକ୍ଷା ପ୍ରଣାଳୀ ଅର୍ଥାତ୍‌ ଆଇରନ ଡୋମ୍‌ ଡିଫେନ୍ସ ସିଷ୍ଟମକୁ ମୁତୟନ କରି ରଖିଛି, ଯାହା ଶତ୍ରୁ ଦେଶ ପକ୍ଷରୁ ଆସୁଥିବା ପ୍ରତି ମିସାଇଲ ଓ ଡ୍ରୋନକୁ ଇଣ୍ଟରସେପ୍ଟ କରି ଇସ୍ରାଏଲର ସୁରକ୍ଷା କରୁଛି ।

ନିକଟରେ ଯେବେ ଇରାନ ପାଖାପାଖି ୨୦୦ ବାଲିଷ୍ଟିକ୍ ମିସାଇଲରେ ଇସ୍ରାଏଲ ଉପରେ ହମଲା କରିଥିଲା ତ ଏଥିରୁ ଅଧିକାଂଶ ଇସ୍ରାଏଲର ଆଇରନ ଡୋମ୍‌ ହିଁ ଆକାଶରେ ନଷ୍ଟ କରି ଦେଇଥିଲା, କିନ୍ତୁ ଏବେ ହିଜବୁଲ୍ଲା ଏହାକୁ ମାତ୍ ଦେବାର ବାଟ ବାହାର କରି ନେଇଛି । ଲେବାନାନର ହିଜବୁଲ୍ଲା ଆତଙ୍କୀମାନେ ରବିବାର ଏହାର ସୁରକ୍ଷା ତନ୍ତ୍ରକୁ ଭାଙ୍ଗି ଇସ୍ରାଏଲୀୟ ସେନାର ଠିକଣା ଉପରେ ଅନେକ ଡ୍ରୋନ୍ ମାଡ କରିଛନ୍ତି, ଯେଉଁଥିରେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଛି, ୬୦ରୁ ଅଧିକ ଆହତ ହୋଇଛନ୍ତି ।

ହିଜବୁଲ୍ଲା ଆତଙ୍କୀ ମାନେ ମିରସାଦ-୧ ଡ୍ରୋନ୍ ମାଧ୍ୟମରେ ରବିବାର ସନ୍ଧ୍ୟାରେ ବିନୟାମିନା-ଗିବାତ ଅଦା ନିକଟରେ ଇସ୍ରାଏଲୀୟ ସୁରକ୍ଷା ବଳ ( ଆଇଡିଏଫ) ବେସ୍‌ରେ ହମଲା କରିଛନ୍ତି , ଯେଉଁଥିରେ ୪ଜଣ ସୈନିକଙ୍କ ମୃତ୍ୟୁ  ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଏହି ଡ୍ରୋନ୍ ସାମୁଦ୍ରିକ କ୍ଷେତ୍ର ମଧ୍ୟଦେଇ ମଧ୍ୟ ଇସ୍ରାଏଲୀୟ କ୍ଷେତ୍ରକୁ ଯାଇ ଉଦ୍ଦିଷ୍ଟ ଠିକଣା ଉପରେ ପଡ଼ି ଥିଲା । ଆଇଜିଏଫ କହିଛି କି ସେ ଏହି ଘଟଣାର ଯାଞ୍ଚ କରୁଛି । ଆଇଡିଏଫ୍ ଏହା ମଧ୍ୟ କହିଛି କି ସେ ହିଜବୁଲ୍ଲାର ଏକ ଡ୍ରୋନ୍‌କୁ ମାରି ଖସାଇ ଦେଇଛି ।

ଏଥିରେ ପ୍ରଶ୍ନ ଉଠୁଛି ଯେ , ଆଇରନ୍ ଡୋମ ମୁତୟନ ହେବା ସତ୍ତ୍ୱେ ହିଜବୁଲ୍ଲା ଆତଙ୍କୀମାନେ କେମିତି ଇସ୍ରାଏଲ ଭୂ-ଭାଗରେ ଡ୍ରୋନ୍ ହମଲା କରି ପାରିଲେ ହିଜବୁଲ୍ଲା କଣ ଆଇରନ ଡୋମକୁ ଚକମା ଦେବା ଓ ଏହାର ନିରୀକ୍ଷଣକୁ ମାତ୍ ଦେବାର ବାଟ ପାଇଛି ଏହି ହମଲା ଏହା ମଧ୍ୟ ସାବ୍ୟସ୍ତ କରି ଦେଇଛି ଯେ ଇସ୍ରାଏଲ ହିଜବୁଲ୍ଲାର ଶକ୍ତିକୁ ଦୁର୍ବଳ ନଭାବୁ । ହିଜବୁଲ୍ଲାକୁ ଇରାନ ଠାରୁ ସବୁ ପ୍ରକାରର ସାହାଯ୍ୟ ମିଳୁଛି ।ବିପଦର ଚେତାବନୀ ଦେଇଛି, ନା ହିଁ ସାଇରନ ବଜାଇଛି । ହିଜବୁଲ୍ଲାର ଏହି ଡ୍ରୋନ୍ ହମଲା ଇସ୍ରାଏଲର ନିଦ ଉଡାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking