29.1 C
Bhubaneswar
Wednesday, October 16, 2024
Homeଓଡିଶାକଣ୍ଟାବାଞ୍ଜିରେ ୧୮ଜଣ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜିରେ ୧୮ଜଣ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ପଡୋଶୀ ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାମ କରିବା ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ଚାଲାଣ ବେଳେ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । କଣ୍ଟାବାଞ୍ଜି ପୁଲିସ ମଙ୍ଗଳବାର ସନ୍ଧ୍ୟା ପାଟ୍ରୋଲିଂ ବେଳେ ୪ ଜଣ ପୁରୁଷ ଓ ୭ ଜଣ ମହିଳାଙ୍କ ସମେତ ଶିଶୁମାନଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ୧୮ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି । ପୁଲିସ ପାଟ୍ରୋଲିଙ୍ଗ ସମୟରେ ଡ଼ଙ୍ଗାମରା ଗାଁ ଛକ ନିକଟରେ ଏକ ଟାଟା ଏସିଇ ଗାଡ଼ିରେ ଶ୍ରମିକମାନେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିକୁ ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି ।

ଏହା ସହ ଦାଦନ ସର୍ଦାର ପ୍ରଦୀପ ବେହେରା ସମେତ ଗାଡି ସହ ଗାଡି ଡ୍ରାଇଭରକୁ ମଧ୍ୟ ଅଟକ ରଖି ଅଧିକ ତଦନ୍ତ କରୁଛି । ଦାଦନ ଶ୍ରମିକମାନେ କଣ୍ଟାବାଞ୍ଜି ଥାନା ସର୍ଦାପୁର ଗାଁର ବୋଲି ଜଣାପଡିଛି । ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୭ଜଣ ମହିଳା ଅଛନ୍ତି । କାଗଜପତ୍ର ଯାଞ୍ଚ କରି ନିଜନିଜ ଘରକୁ ପଠାଇବାକୁ ବ୍ୟବସ୍ଥା କରୁଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking