29.1 C
Bhubaneswar
Wednesday, October 16, 2024
Homeଖେଳବାଂଲାଦେଶ ମୁଖ୍ୟ କୋଚ୍ ହାଥୁରୁସିଂଘେ ନିଲମ୍ବିତ

ବାଂଲାଦେଶ ମୁଖ୍ୟ କୋଚ୍ ହାଥୁରୁସିଂଘେ ନିଲମ୍ବିତ

ଢାକା: ବାଂଲାଦେଶ ମୁଖ୍ୟ କୋଚ୍ ଚନ୍ଦିକା ହାଥୁରୁସିଂଘେଙ୍କୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅନୁଶାସନାତ୍ମକ ଆଧାରରେ ନିଲମ୍ବିତ କରିଛି । ତାଙ୍କୁ ୪୮ ଘଣ୍ଟା ପାଇଁ ନିଲମ୍ବିତ କରାଯାଇଛି ଏବଂ ଏହାପରେ ତତ୍କାଳ ପ୍ରଭାବରେ ବରଖାସ୍ତ କରାଯିବ । ବୋର୍ଡ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରୀ କରିଛି । ସେହିପରି ବୋର୍ଡ ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଲ୍‌ରାଉଣ୍ଡର୍ ଫିଲ୍ ସିମନ୍ସଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପର୍ଯ୍ୟନ୍ତ ଅନ୍ତରୀଣ କୋଚ୍ ନିଯୁକ୍ତ କରିଛି । ଭାରତ ଗସ୍ତରେ ଉଭୟ ଟେଷ୍ଟ ଓ ଟି-୨୦ ସିରିଜ୍ ହାରିବା ପରେ ବାଂଲାଦେଶ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ପାକିସ୍ତାନକୁ ତା’ ଘରେ ଦୁଇଟି ଟେଷ୍ଟ ସିରିଜ୍‌ରେ ହରାଇବା ପରେ ବାଂଲାଦେଶ ଭାରତ ଗସ୍ତରେ ଆସିଥିଲା । ଭାରତ ପ୍ରଥମେ ବାଂଲାଦେଶକୁ ଟେଷ୍ଟ ସିରିଜ୍‌ରେ ୨-୦ ଏବଂ ପରେ ଟି-୨୦ ସିରିଜ୍‌ରେ ୩-୦ରେ ହ୍ୱାଇଟ୍‌ୱାଶ୍ କରିଥିଲା ।

ଶ୍ରୀଲଙ୍କାର ପୂର୍ବତନ ଅଲ୍‌ରାଉଣ୍ଡର ହାଥୁରୁସିଂଘେଙ୍କୁ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଥିଲା । ମାତ୍ର ସେତେବେଳେ କଣ୍ଟ୍ରାକ୍ଟ ଶେଷହେବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ହାଥୁରୁସିଂଘେଙ୍କ ଏହି କାର୍ଯ୍ୟ ସତ୍ତ୍ୱେ ବିସିବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରି ଗତବର୍ଷ ଫେବୃଆରୀରେ ପୁଣିଥରେ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରିଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୫ ଚାମ୍ପିଅନ୍‌ସ ଟ୍ରଫି ପର୍ଯ୍ୟନ୍ତ ଥିଲା । କିନ୍ତୁ ଖରାପ ବ୍ୟବହାର ପାଇଁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଉଲ୍ଲେଖଯୋଗ୍ୟ, ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ନସୁମ ଅହମ୍ମଦଙ୍କୁ ଚାପୁଡ଼ା ମାରିବା କାରଣରୁ ବିବାଦୀୟ ହୋଇପଡ଼ିଥିଲେ । ୫୬ ବର୍ଷୀୟ ହାଥୁରୁସିଂଘେଙ୍କ ଦିଗ୍‌ଦର୍ଶନରେ ବାଂଲାଦେଶ ଗତବର୍ଷ ଦିନିକିଆ ବିଶ୍ୱକପ୍ ଏବଂ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌ରେ ବହୁ ଖରାପ ପ୍ରଦର୍ଶନ କରିଥିଲା । ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବାଂଲାଦେଶର ୨-୦ କ୍ଲିନ୍‌ସ୍ୱିପ୍ ହାଥୁରୁସିଂଘେଙ୍କ ସର୍ବଶ୍ରେଷ୍ଠ ଉପଲବ୍ଧି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking