33.1 C
Bhubaneswar
Wednesday, October 16, 2024
Homeଖେଳଦ୍ୱିତୀୟ ଟେଷ୍ଟ୍ ପାଇଁ ଫେରିଲେ ଷ୍ଟୋକ୍ସ

ଦ୍ୱିତୀୟ ଟେଷ୍ଟ୍ ପାଇଁ ଫେରିଲେ ଷ୍ଟୋକ୍ସ

ମୁଲ୍‌ତାନ:  ଇଂଲଣ୍ଡ କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୁଲ୍‌ତାନରେ ମଙ୍ଗଳବାର ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଜାରୀ କରିଛି । ଶ୍ରୀଲଙ୍କା ବିପକ୍ଷ ସିରିଜ୍ ସମେତ ଚାରିଟି ଟେଷ୍ଟ ମ୍ୟାଚ୍‌ରେ ଷ୍ଟୋକ୍ସ ଇଂଲଣ୍ଡ ଟିମ୍‌ରୁ ବାଦ୍ ପଡ଼ିଥିଲେ ।

ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ହାମ୍‌ଷ୍ଟ୍ରିଙ୍ଗ୍ ସମସ୍ୟା ଯୋଗୁଁ ଷ୍ଟୋକ୍ସ ଅଗଷ୍ଟ ମାସରୁ ଟିମ୍ ବାହାରେ ଥିଲେ । ଏହି ସିରିଜ୍‌ର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଇନିଂସ୍ ଓ ୪୭ ରନ୍‌ରେ ପାକିସ୍ତାନକୁ ହରାଇ ଦେଇଛି । ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ ଗସ୍ ଆଟ୍‌କିନ୍‌ସନ୍‌ଙ୍କ ସ୍ଥାନରେ ଫାଷ୍ଟ ବୋଲର୍ ମାଥ୍ୟୁ ପଟ୍ସଙ୍କୁ ସାମିଲ କରାଯାଇଛି । ସେହିପରି ଷ୍ଟୋକ୍ସ ଫାଷ୍ଟ ବୋଲର୍ କ୍ରିସ୍ ୱକ୍ସଙ୍କ ସ୍ଥାନ ନେଇଛନ୍ତି । ଅନ୍ୟପକ୍ଷରେ ଦୁଇ ସ୍ପିନର୍ ସୋଏବ୍ ବଶୀର ଓ ଜ୍ୟାକ୍ ଲିଚ୍‌ଙ୍କ ସ୍ଥାନ ଚୂଡ଼ାନ୍ତ ଏକାଦଶରେ ବଜାୟ ରହିଛି ।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ: ବେନ୍ ଷ୍ଟୋକ୍ସ (କ୍ୟାପ୍‌ଟେନ୍‌), ଜ୍ୟାକ୍ କ୍ରଲି, ବେନ୍ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ଜେମି ସ୍ମିଥ୍ (ୱିକେଟ୍‌କିପର), ବ୍ରାଏଡନ୍ କାର୍ସ, ମାଥ୍ୟୁ ପଟ୍ସ, ଜ୍ୟାକ୍ ଲିଚ୍‌, ସୋଏବ୍ ବଶୀର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking