25.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶଦକ୍ଷିଣ କୋରିଆକୁ ଧ୍ବଂସ କରିବାକୁ ଚେତାବନୀ ଦେଲେ କିମ ଜୋଙ୍ଗଙ୍କ ଭଉଣୀ

ଦକ୍ଷିଣ କୋରିଆକୁ ଧ୍ବଂସ କରିବାକୁ ଚେତାବନୀ ଦେଲେ କିମ ଜୋଙ୍ଗଙ୍କ ଭଉଣୀ

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ଉତ୍ତର କୋରିଆ ନେତାଙ୍କ ଶକ୍ତିଶାଳୀ ଭଉଣୀ ଗତକାଲି (ଶନିବାର) ଚେତାବନୀ ଦେଇଛନ୍ତି ଯେ, ଯଦି ମାନବ ବିହୀନ ଡ୍ରୋନ୍ ପୁଣିଥରେ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚେ ତେବେ ସିଓଲ୍ ଏକ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବ। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ସେ ଦକ୍ଷିଣ କୋରିଆ ଉପରେ ଏଭଳି ଡ୍ରୋନ୍ ଲଞ୍ଚ କରିଥିବା ନେଇ ଅଭିଯୋଗ ଉଠାଇଥିଲେ । ଉତ୍ତର କୋରିଆ ଶୁକ୍ରବାର ଦିନ କହିଛି ଯେ, ଦକ୍ଷିଣ କୋରିଆ ଅକ୍ଟୋବର ୩ ରେ ପୁଣିଥରେ ପ୍ୟୋଙ୍ଗୟାଙ୍ଗର ଆକାଶ ମାର୍ଗରେ ପ୍ରଚାର ପାମ୍ପଲେଟ୍ ନେଇ ଯାଉଥିବା ଡ୍ରୋନ୍ ପଠାଇଥିଲା।

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ କିମ ୟୋଙ୍ଗ-ହୁନ୍ ପ୍ରଥମେ ଏହି ଦାବିକୁ ଅସ୍ୱୀକାର କରିଥିଲେ, କିନ୍ତୁ ପରେ ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ସେମାନେ ଉତ୍ତର କୋରିଆର ଅଭିଯୋଗ ସତ୍ୟ କି ନୁହେଁ ତାହା ନିଶ୍ଚିତ କରିପାରିବେ ନାହିଁ । କିମ ଜୋଙ୍ଗ ଉନଙ୍କ ଭଉଣୀ ଏବଂ ଉତ୍ତର କୋରିଆର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଅଭିଯୋଗକୁ ନିଶ୍ଚିତ କରିବାକୁ ସିଓଲର ମନା କରିବା ଅର୍ଥ ହେଉଛି ଯେ, ଡ୍ରୋନଗୁଡ଼ିକୁ ସେନାର ଗ୍ୟାଙ୍ଗଷ୍ଟର ପଠାଇଛନ୍ତି । ଶନିବାର ବିଳମ୍ବିତ ରାତିରେ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ଯେକୌଣସି ସମୟରେ ଯଦି ଆମ ରାଜଧାନୀ ଉପରେ ରିପବ୍ଲିକ୍ ଅଫ୍ କୋରିଆ (ଦକ୍ଷିଣ କୋରିଆ)ର ଡ୍ରୋନ୍ ଦେଖାଯିବ, ଏହା ନିଶ୍ଚିତ ଭାବରେ ଭୟଙ୍କର ବିନାଶ ଘଟାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking