ପୁରୀ : ମାଟ୍ରିମୋନିଆଲରୁ ପରିଚୟ । ପରେ ପ୍ରେମ । ଏହା ପରେ ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଦୁଷ୍କର୍ମ । ଶେଷରେ ବିବାହକୁ ଅରାଜି ହେବାରୁ ବନ୍ଧା ହେଲେ ଜଣେ ବ୍ୟାଙ୍କ କ୍ୟାସିୟର । ଏଭଳି ଏକ ଘଟଣା ବ୍ରହ୍ମପୁରରୁ ପୁରୀ ଯାଏଁ ଚର୍ଚ୍ଚାର ବିଷୟ ପାଲଟିଛି । ପୁରୀ ଟାଉନ ଥାନା ପୁଲିସ ଅଭିଯୁକ୍ତକୁ ବାନ୍ଧିଛି । ଅଭିଯୁକ୍ତ ହେଲା ବ୍ରହ୍ମପୁରର ରବୀନ୍ଦ୍ରନାଥ ସେଠୀ (୩୩) । ସେ ଏକ ଘରୋଇ ବ୍ୟାଙ୍କ ବ୍ରହ୍ମପୁର ଶାଖାରେ କ୍ୟାସିୟର ଭାବେ ଚାକିରି କରିଥିବା ପୁଲିସ କହିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ରବୀନ୍ଦ୍ର ଓ ପୀଡ଼ିତା ଦୁହେଁ ବିବାହିତ । କିନ୍ତୁ ଉଭୟଙ୍କ ପତ୍ନୀ ଓ ପତିଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଅନ୍ୟତ୍ର ବିବାହ କରିବାକୁ ମାଟ୍ରିମୋନିଆଲରେ ବିଜ୍ଞାପନ ଦେଇଥିଲେ । ମାଟ୍ରିମୋନିଆଲରୁ ପରସ୍ପର ମୋବାଇଲ ନମ୍ବର ପାଇ କଥା ହୋଇଥିଲେ । କଥାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଏହାପରେ ଉଭୟ ବିବାହ କରିବାକୁ କଥା ହୋଇଥିଲେ । ଜୁନ ୩୦ ତାରିଖରୁ ଉଭୟଙ୍କ ସମ୍ପର୍କ ଯୋଡ଼ି ହୋଇଥିଲା । ପୁରୀ ଟାଉନ ଥାନା ଅଞ୍ଚଳରେ ଥିବା ୨ଟି ହୋଟେଲରେ ଦୁହେଁ ବହୁତ ଥର ଭେଟ ହାଇଥିବା ଅଭିଯାଗ ହାଇଛି । ବିବାହ ପ୍ରତିଶୃତି ଦେଇ ରବୀନ୍ଦ୍ର ଏହି ମହିଳାଙ୍କୁ ହାଟେଲ ରୁମରେ ବାରମ୍ବାର ଦୁଷ୍କର୍ମ କରିଥିବା ପୀଡ଼ିତା ଏତଲା ଦେଇଛନ୍ତି ।
ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିଦେଇଥିଲା ରବୀନ୍ଦ୍ର । ତେଣୁ ଏନେଇ ଟାଉନ ଥାନାରେ ବୁଧବାର ଏତଲା ଦେଇଥିଲେ ପୀଡ଼ିତା । ବଳାତ୍କାର ମାମଲା ରୁଜୁ କରି ବ୍ରହ୍ମପୁର ଯାଇଥିଲେ ଆଇଆଇସି ସୁନୀଲ ପ୍ରଧାନ । ବ୍ୟାଙ୍କ ଡ୍ୟୁଟି ସାରି ବାହାରିବା ବେଳେ ବ୍ରହ୍ମପୁର ଟାଉନ ଥାନା ପୁଲିସ ସହାୟତାରେ ରବୀନ୍ଦ୍ରକୁ ଉଠାଇ ଆଣିଥିଲେ । ବିଳମ୍ବିତ ରାତିରେ ରବୀନ୍ଦ୍ରକୁ ନେଇ ପୁରୀ ଫେରିଛି ପୁଲିସ ଟିମ । ଗୁରୁବାର ତାକୁ କାର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।