30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକେନାଲକୁ ଖସିଲା କାର୍, ୭ ମୃତ

କେନାଲକୁ ଖସିଲା କାର୍, ୭ ମୃତ

ନୂଆଦିଲ୍ଲୀ : ହରିୟାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନାଲକୁ ଖସିଲା କାର୍ । ଫଳରେ ୭ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ହରିୟାଣର ଗୋଟିଏ ପରିବରର ୮ ଜଣ ସଦସ୍ୟ ଏବଂ ଡ୍ରାଇଭରଙ୍କୁ ମିଶାଇ ୯ ଜଣ ଦଶହରା ଉପଲକ୍ଷେ ଆୟୋଜିତ ହୋଇଥିବା ବାବା ରାଜପୁରି ମେଳା ବୁଲିବାକୁ ଯାଉଥିଲେ। ଏହି ସମୟରେ ମୁନ୍ଦିର ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ମୁନ୍ଦିର ଗାଁ ନିକଟରେ ଥିବା କୈଥାଲ କେନାଲକୁ ଖସି ପଡ଼ିଥିଲା କାର୍। ଫଳରେ ତିନି ଜଣ ମହିଳାଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଚିକିତ୍ସା ଜାରି ରହିଛି। ଏନେଇ ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଡ୍ରାଇଭରଟି ଭାରସାମ୍ୟ ହରାଇ ଥିବାରୁ ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking