30.1 C
Bhubaneswar
Thursday, February 12, 2026
Homeଅପରାଧନାବାଳିକାକୁ ଟ୍ୟୁସନ ସାରଙ୍କ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଟ୍ୟୁସନ ସାରଙ୍କ ଦୁଷ୍କର୍ମ ଅଭିଯୋଗ

ଖୋର୍ଦ୍ଧା : ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜନକ ଘଟଣା କ୍ଷ ଜଣେ ନାବାଳିକା ୭ ମ ଶ୍ରେଣୀ ଛାତ୍ରୀକୁ ସ୍କୁଲ ଗୃହରେ ଦୁଷ୍କର୍ମ କରିଛି ଟିଉସନ ମାଷ୍ଟର କ୍ଷ ଏନେଇ ପୀଡିତାର ମା’ ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଲିଖିତ ଅଭିଯୋଗ କରିଛନ୍ତି କ୍ଷ ପୋଲିସ ଅଭିଯୋଗ ପାଇ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି କ୍ଷ ଅଭିଯୁକ୍ତ ଜଣକ ହେଲେ ତୋଟା ଗ୍ରାମର କଲେଜ ଛାତ୍ର ଲିଙ୍ଗରାଜ ମୁଦୁଲି, ବୟସ ୧୯ ବର୍ଷ କ୍ଷ ବର୍ତ୍ତମାନ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଲାଇଛି ପୋଲିସ ।

ପୀଡିତାର ମା’ ଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତ ପାଖରେ ସ୍କୁଲ ଘରର ଚାବି ରହୁଥିବାରୁ ପ୍ରଶ୍ନ ପତ୍ର ଦେଖାଇବା ପାଇଁ ଚଳିତ ମାସ ୫ ତାରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟିକା ସମୟରେ ତୋଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରକୁ କିଛି ପିଲାମାନଙ୍କୁ ଡ଼ାକିନେଇଥିଲା ଅଭିଯୁକ୍ତ । ପରେ ରୋଷେଇ ଗୃହକୁ ପୀଡିତାକୁ ଡାକି ନେଇ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା ଟିଉସନ ଶିକ୍ଷକ ଲିଙ୍ଗରାଜ ମୁଦୁଲି ।

ଆଉ ଏ ସମ୍ପର୍କ କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲା ଉପସ୍ଥିତ ଥିବା ସମସ୍ତ ଛାତ୍ରମାନଙ୍କୁ ଅଭିଯୁକ୍ତ ଶିକ୍ଷକ କ୍ଷ ପରେ ପୀଡିତା ଟିଉସନ ଯିବାପାଇଁ ଘର ଲୋକଙ୍କୁ ମନା କରିଥିଲା । ଫଳରେ ଘର ଲୋକେ ପୀଡିତାକୁ ପଚାରିବାରୁ ପୀଡିତା ସବୁ କଥା ଘରେ କହିଥିଲା । ଘର ଲୋକେ ଟିଉସନ ଶିକ୍ଷକକୁ ଏହି ବିଷୟରେ ପଚାରିବାରୁ ପ୍ରଥମେ ମନା କରିଥିଲା କ୍ଷ ପରେ ପୀଡିତାକୁ ଦୁଷ୍କର୍ମ କରିଥିବା ମାନି ନେଇଥିଲା । ଏନେଇ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking