32.1 C
Bhubaneswar
Wednesday, October 16, 2024
Homeଅପରାଧଘରେ ପଶି ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ନେଇଗଲେ ଦୁର୍ବୃତ୍ତ

ଘରେ ପଶି ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ନେଇଗଲେ ଦୁର୍ବୃତ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆମେଠିରେ ଦୁର୍ବୃତ୍ତଙ୍କ ନରକୀୟକାଣ୍ଡ । ଘରେ ପଶି ପୁରା ପରିବାରକୁ ହତ୍ୟା । ଜଣେ ଶିକ୍ଷକ, ତାଙ୍କ ପତ୍ନୀ ଓ ଦୁଇ ଶିଶୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଶିବରତ୍ନଗଞ୍ଜ ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ଏସ୍ପି ଅନୁପ ସିଂହ । ସନ୍ଧ୍ୟା ସମୟରେ କିଛି ଦୁର୍ବୃତ୍ତ ସୁନିଲ କୁମାର ରହୁଥିବା ଭଡ଼ା ଘରେ ପଶିଥିଲେ । କେହି କିଛି ବୁଝିବା ଆଗରୁ ପରିବାର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ।

ସୁନିଲଙ୍କ ଦୁଇ ଝିଅଙ୍କୁ ବି ଛାଡ଼ି ନାହାନ୍ତି ଦୁର୍ବୃତ୍ତ । ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏସ୍ପିଙ୍କ ସମେତ ଅନେକ ଜିଲ୍ଲାର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସୁନିଲ ୨୦୨୦ରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ଉତ୍ତରପ୍ରଦେଶର ପୋଲିସ ବିଭାଗରେ ଥିବା ଜଣାପଡ଼ିଛି । ତେବେ ଦୁର୍ବୃତ୍ତମାନେ କିଏ ? ସୁନିଲ ଏବଂ ତାଙ୍କ ପରିବାରକୁ ଏଭଳି ନିର୍ମମ ଭାବେ କାହିଁକି ହତ୍ୟା କଲେ ତାହା ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking