21.1 C
Bhubaneswar
Saturday, February 14, 2026
Homeଅପରାଧବନ୍ଧା ହେଲା ପିଶାଚ ବାପା

ବନ୍ଧା ହେଲା ପିଶାଚ ବାପା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ା ଗାଁରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ କିଶୋର ମାଝୀକୁ ପୁଲିସ ଗିରଫ କରିଛି। ଆଜି ସକାଳେ ସେ ଜଙ୍ଗଲରେ ଲୁଚିଥିବା ସ୍ଥାନରୁ ଧରି ଥାନା ଆଣି ପଚରାଉଚରା କରୁଛି ବୋଡେନ ପୁଲିସ। ସୂଚନା ଅନୁସାରେ, ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତ ଜଙ୍ଗଲ ପାହାଡ଼ ଘେରା କୁଟିଆପଡ଼ା ଗାଁର କିଶୋର ମାଝୀ ଗତ ୧୨ ବର୍ଷ ତଳେ ସେହି ଗାଁର ଜୟନ୍ତୀ ମାଝୀଙ୍କୁ ପ୍ରେମ ବିବାହ କରିଥିଲା। କିଶୋର ଓ ଜୟନ୍ତୀଙ୍କ ଦୁଇ ଝିଅ କମଳାକାନ୍ତି(୧୦) ଓ ଲକ୍ଷ୍ମୀକାନ୍ତି (୮) ଓ ୧୪ ମାସର ପୁଅ ଚନ୍ଦନ। ସ୍ବାମୀ ଓ ସ୍ତ୍ରୀ କୁଲିମଜୁରୀ କରିବା ସହ ବେଳେ ବେଳେ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇ ପରିବାର ପ୍ରତିପୋଷଣ କରୁଥିଲେ।

ଶ୍ବଶୁର ଘର ଲୋକଙ୍କୁ ଯୌତୁକ ଦାବି କରି କିଶୋର ଅନେକ ସମୟରେ ସ୍ତ୍ରୀ ଜୟନ୍ତୀଙ୍କୁ ମାଡ଼ ପିଟ କରୁଥିଲା। ଏହି ସ୍ବାମୀ ଓ ସ୍ତ୍ରୀଙ୍କ କଳିଝଗଡ଼ା ସମାଧାନ କରିବାକୁ ଉଭୟ ପରିବାର ଲୋକେ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ପୁଣି କିଶୋର ଓ ଜୟନ୍ତୀଙ୍କ ମଧ୍ୟରେ ଯୌତୁକକୁ ନେଇ ଝଗଡ଼ା ହୋଇଥିଲା। କିଶୋର ସ୍ତ୍ରୀ ଜୟନ୍ତୀଙ୍କୁ ମାଡ଼ପିଟ ବି କରିଥିଲା।

ଫଳରେ ଜୟନ୍ତୀ ନିଜ ବାପା ଘରକୁ ଚାଲି ଯାଇଥିଲେ। ଘରେ କିଶୋରଙ୍କ ସହ ପୁଅଝିଅ ଥିଲେ। ଅପରାହ୍‌ଣରେ କିଶୋର ଦୁଇ ଝିଅ ଓ ପୁଅକୁ ଧରି ଗାଁ ନିକଟ ଜଙ୍ଗଲକୁ ଯାଇଥିଲା। ଜଙ୍ଗଲରେ ଦୁଇ ଝିଅ ଓ ପୁଅକୁ ହତ୍ୟା କରିବାକୁ କିଶୋର ଯୋଜନା କରିଥିଲା। ଏହି ସମୟରେ ସାନ ଝିଅ ଲକ୍ଷ୍ମୀକାନ୍ତି ବାପାଙ୍କ ଯୋଜନା ଜାଣିପାରି କୌଶଳ କ୍ରମେ ଖସି ଯାଇଥିଲେ। ପରେ ବଡ଼ ଝିଅ କମାଳାକାନ୍ତି ଓ ପୁଅ ଚନ୍ଦନଙ୍କୁ ଧରି ଜଙ୍ଗଲ ଭିତରକୁ ନେଇଥିଲା। ସେଠି ଚାଷଜମି ଭିତରେ ପାଣିରେ ବୁଡାଇ ୧୪ ମାସର ପୁଅକୁ କିଶୋର ହତ୍ୟା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking