29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଏକ ଅଜବ ନିୟମ ଲାଗି ବିବାଦରେ କାଲିଫର୍ଣ୍ଣିଆର ଜଣେ ଶିକ୍ଷକ

ଏକ ଅଜବ ନିୟମ ଲାଗି ବିବାଦରେ କାଲିଫର୍ଣ୍ଣିଆର ଜଣେ ଶିକ୍ଷକ

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆର ଜଣେ ଶିକ୍ଷକ ଏକ ଅଜବ ନିୟମ ଲାଗି ବିବାଦରେ ଅଛନ୍ତି। ତାଙ୍କ କ୍ଲାସ୍ ଚାଲିଥିବା ସମୟରେ ଯେଉଁ ପିଲା ଟଏଲେଟ୍ ଯାଆନ୍ତି ନାହିଁ ସେମାନଙ୍କୁ ବୋନସ୍ ଭାବେ ସେ ଅତିରିକ୍ତ ମାର୍କ ଦେଇଥାନ୍ତି । ଜଣେ ମା’ ତାଙ୍କର ଏହି ବିଚିତ୍ର ଶୌଚାଳୟ ନୀତି ସଂପର୍କରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ୍ ହେଉଛି । ସେଥିରେ ମହିଳାଜଣକ ଲେଖିଛନ୍ତି ଯେ, ଝିଅର ଗଣିତ ଶିକ୍ଷକ ଏକ ଅଜବ କଥା କଠିନ ଶୌଚାଳୟ ନିୟମ ରଖିଛନ୍ତି । ସେ ଅନୁସାରେ, ପିଲାମାନେ ତାଙ୍କ କ୍ଲାସ୍ ଚାଲିଥିବା ସମୟରେ ସପ୍ତାହକୁ ଥରେ ମାତ୍ର ଶୌଚାଳୟ ଯାଇପାରିବେ । ସେଥିଲାଗି ପିଲାମାନଙ୍କୁ ପାସ୍ ବି ଦିଆଯାଇଥାଏ ।

ଯଦି ସେମାନେ ସେହି ଥରକର ସୁବିଧାକୁ ବି ନ ନିଅନ୍ତି ତେବେ ସେମାନଙ୍କୁ ଅଧିକ ମାର୍କ ଦିଆଯାଏ । ଏହି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ସେ ଲେଖିଛନ୍ତି । ଏ ନେଇ ମହିଳା ଜଣଙ୍କ ଝିଅର ଶିକ୍ଷକ, ସ୍କୁଲ ଅଧ୍ୟକ୍ଷଙ୍କୁ ଇ-ମେଲ୍ ପଠାଇବେ ବୋଲି କହିଛନ୍ତି । ଗତ ମାସରେ ସେ ସୋସିଆଲ୍ ମିଡିଆରେ ଏହି ପୋଷ୍ଟ କରିଥିବାବେଳେ ତାହା ଭାଇରାଲ୍ ହେଉଛି । ପୋଷ୍ଟକୁ ୧୬ ନିୟୁତ ଥର ଦେଖାଯାଇଛି । ଅନ୍ୟ ଜଣେ ମା’ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ତାଙ୍କ ଝିଅ ଏଭଳି ସ୍ଥିତିର ସାମ୍ନା କରିସାରିଥିବା ଲେଖିଛନ୍ତି । ସମାନ ଶିକ୍ଷକ ତାଙ୍କ ଝିଅଙ୍କୁ କ୍ଲାସ୍‌ର ଶେଷ ୩୦ ମିନିଟ୍ ଯାଏ ପରିସ୍ରା ରୋକିବାକୁ ବାଧ୍ୟ କରିଥିଲେ ବୋଲି ସେ ଦର୍ଶାଇଛନ୍ତି । ସେହିଭଳି ଅନେକ ୟୁଜର ସେହି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାଦ୍ୱାରା ପିଲାମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବେ ବୋଲି ସେମାନେ ଆଶଙ୍କା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking