16.1 C
Bhubaneswar
Sunday, December 7, 2025
Homeଅପରାଧଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା

ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ଼: ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ ହତ୍ୟା। ଅଭିଯୁକ୍ତ ଫେରାର। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲମତି ଗାଁରେ। ମୃତକ ହେଲେ ବରାଡେମାର ଶୈଳେନ୍ଦ୍ର ମାଝୀ (୨୫)। ଅଭିଯୁକ୍ତ ଲମତି ଗାଁର ଭୁଲରୁ ମାଝୀ। ତାମିଲନାଡୁ ଦାଦନ ଖଟିଯିବାକୁ ଭୁଲରୁକୁ ଶୈଳେନ୍ଦ୍ର ୨ ହଜାର ଟଙ୍କା ବଇନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଭୁଲରୁ ଦାଦନ ଯିବାକୁ ମନା କରିବା ସହ ଟଙ୍କା ବି ଫେରାଇ ନଥିଲେ। ସୂଚନା ଅନୁଯାୟୀ, ଗତକାଲି ଶୈଳେନ୍ଦ୍ର ଲମତିରେ ଥିବା ନିଜ ଶ୍ୱଶୁର ଘରକୁ ଆସିଥିବାବେଳେ ଭୁଲରୁକୁ ଭେଟି ଟଙ୍କା ଫେରାଇବାକୁ କହିଥିଲେ। ସେ ଟଙ୍କା ନ ଫେରାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା।

ପରେ ଭୁଲରୁ ଶୈଳେନ୍ଦ୍ରକୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଏପଟେ ଗୁରୁତର ଶୈଳେନ୍ଦ୍ରଙ୍କୁ ୨ ଜଣ ଯୁବକ ବାଇକରେ ସବଡେଗା ଡାକ୍ତରଖାନାକୁ ଆଣୁଥିବାବେଳେ ବାଟରେ ରାହୁଲଡେଗା ଘାଟିରେ ଭାରସାମ୍ୟ ହରାଇ ପଡ଼ିଗଲେ। ସେଇଠି ଶୈଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅନ୍ୟ ୨ ଗୁରୁତରଙ୍କୁ ସବଡେଗା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଖବର ପାଇ ତଳସରା ଥାନାଧିକାରୀ ପୁଷ୍ପେନ୍ଦୁ ସାଗର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking