29.1 C
Bhubaneswar
Wednesday, October 16, 2024
Homeଓଡିଶା୭ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି

୭ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୭ଜଣ ଆଇଏଏସ ଅଫିସରଙ୍କୁ ବିଭିନ୍ନ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା କ୍ୟାଡ଼ରର ଏହି ୭ଜଣ ଅଫିସର ନିକଟରେ ବିଭିନ୍ନ ବ୍ଲକର ବିଡିଓ ଦାୟିତ୍ୱରେ ରହିଥିଲେ । ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ..

୧) ହିଞ୍ଜିଳି ନିର୍ବାଚନମଣ୍ଡଳୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଇଏଏସ୍ ପ୍ରଣିତା ଦାଶଙ୍କୁ ନିଯୁକ୍ତି କରାଯାଇଛି
୨) ଆସିନ୍ ଏଏଲ – ରାଇରଙ୍ଗପୁର ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ
୩) କସ୍ତୁରୀ ପଣ୍ଡା – ଭବାନୀପାଟଣା ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ
୪) ତେଜେସ୍ୱିନୀ ବେହେରା – ତାଳଚେର ମ୍ୟୁନିସପାଲଟି
୫) ଦୁଧା ଅଭିଷେକ ଦିଲ୍ଲୀପ – ଜଳେଶ୍ୱର ମ୍ୟୁନିସପାଲଟି
୬) ପ୍ରେକ୍ଷା ଅଗ୍ରୱାଲ – ଆନନ୍ଦପୁର ମ୍ୟୁନିସପାଲଟି
୭) ସି ଶରଭାନନ – ଝାରସୁଗୁଡ଼ା ମ୍ୟୁନିସପାଲଟିର କାର୍ଯ୍ୟନିବାହୀ ଅଧିକାରୀ

ଏହି ସମସ୍ତ ମ୍ୟୁନିସପାଲଟିରେ ଆଇଏଏସ୍ ଅଫିସରମାନେ କାର୍ଯ୍ୟନିର୍ବାହୀ ଅଫିସର ଭାବେ ନିଯୁକ୍ତି ମିଳିବା ପରେ ସେଠାରେ ଦାୟିତ୍ୱରେ ଥିବା ଅଫିସରଙ୍କୁ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଫିସର ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ଅଫିସର ସେପ୍ଟେମ୍ବର ୨୭ରୁ ନଭେମ୍ବର ୧୭ତାରିଖ ପର୍ଯ୍ୟନ୍ତ ୩ ସପ୍ତାହ ପାଇଁ ଏହି ଦାୟିତ୍ୱରେ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking