19.1 C
Bhubaneswar
Thursday, February 12, 2026
Homeଓଡିଶାଭୁସୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ

ଭୁସୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ

ଢେଙ୍କାନାଳ : ଭୁସୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ । ଢେଙ୍କାନାଳ ସହରର ମହିଷାପାଟରେ ଏକ ନିର୍ମାଣାଧୀନ ୫ ମହଲା ହୋଟେଲ ଛାତ ପଡୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଦୁଇଟି ଯାକ ହାତ କଟି ଯାଇଛି। ବାମ ହାତଟି ପାପୁଲି ପାଖରୁ ପୂରା କଟି ଯାଇଥିବା ବେଳେ ଡାହାଣ ହାତଟି କହୁଣୀ ପାଖରୁ କଟିଯାଇଛି। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଅନ୍ୟପକ୍ଷରେ ଆହୁରି ୩/୪ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। କାରଣ ଛାତ ପଡ଼ୁଥିବା ବେଳେ ତଳେ ପ୍ରାୟ ୧୦ ଶ୍ରମିକ ଥିଲେ ବୋଲି କୁହାଯାଉଛି। ପୋର୍ଟିକର ପଡୁଥିବା ଛାତ ସହିତ ୪ଟି ବଡ଼ ପିଲାର ମଧ୍ୟ ଭୁଶୁଡ଼ି ପଡ଼ିଛି। ଏହି ପିଲାରଗୁଡ଼ିକର ଉଚ୍ଚତା ପ୍ରାୟ ୪୦/୫୦ ଫୁଟ ହେବ। ସ୍ଥାନୀୟ ପ୍ରଶାସନ, ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking