28.1 C
Bhubaneswar
Thursday, October 17, 2024
Homeଓଡିଶାଶଙ୍ଖ ଭବନରେ ନବୀନ ଶୁଭାରମ୍ଭ କରିବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ

ଶଙ୍ଖ ଭବନରେ ନବୀନ ଶୁଭାରମ୍ଭ କରିବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ

– ଜିଲ୍ଲା ସଦର ମହକୁମାରେ ଯୋଡି ହେବେ ଜିଲ୍ଲାର ସମସ୍ତ ନେତୃବୃନ୍ଦ
– ସଭ୍ୟ ସଂଗ୍ରହରେ ଛାତ୍ର ଓ ଯୁବ ରହିବେ ଫୋକସରେ
– ବିଜେଡି ଜନ ସମ୍ପର୍କ ପଦଯାତ୍ରାକୁ ରାଜ୍ୟବାସୀଙ୍କ ବିପୁଳ ସମର୍ଥନ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତାକାଲି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ଶୁଭାରମ୍ଭ ହେବ । ଏହାକୁ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନ ଠାରେ ଶୁଭାରମ୍ଭ କରିବେ । ଏହା ସହିତ ଜିଲ୍ଲା ସଦର ମହକୁମାରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଭର୍ଚୁଆଲ ମାଧ୍ୟମରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ଯୋଡି ହେବେ । ଆଜି ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ଓ କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ ସଞ୍ଜୟ ଦାସବର୍ମା ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିବା ବେଳେ ଜନ ସମ୍ପର୍କକୁ ସବୁବେଳେ ଗୁତୁତ୍ୱ ଦେଇଆସିଛି । ସଭ୍ୟ ସଂଗ୍ରହ ଅଭିଯାନ ଦଳର ଏକ ନିୟମିତ କାର୍ଯ୍ୟକ୍ରମ । ବିଜେଡିର ସମୁଦାୟ ସଭ୍ୟ ସଂଖ୍ୟା ଏକ କୋଟିରୁ ଉର୍ଦ୍ଧ୍ୱ ରହିଛି ଓ ସକ୍ରିୟ ସଭ୍ୟ ସଂଖ୍ୟା ପ୍ରାୟ ଚାରି ଲକ୍ଷ ରହିଛି ।

ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସମସ୍ତ ବର୍ଗର ଲୋକ ମାନଙ୍କୁ ଯୋଡା ଯିବା ସହ ବିଶେଷ କରି ଛାତ୍ର ଓ ଯୁବ ବର୍ଗ ଉପରେ ଫୋକସ ରହିବ । ଆସନ୍ତାକାଲି ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ସମସ୍ତ ଜିଲ୍ଲା ସଦର ମହକୁମା ଯୋଡି ହେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ଦିନ ମାନଙ୍କରେ ଅନ୍ୟ ବିଧାନସଭା କ୍ଷେତ୍ର ଗୁଡିକରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯିବ ।

ସେହିପରି କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ନିକଟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଜନ ସାଧାରଣଙ୍କ ବିପୁଳ ସମର୍ଥନ ମିଳିଛି । ସେଥିପାଇଁ ଓଡିଶାବାସୀଙ୍କ ନିକଟରେ ଆମେ କୃତଜ୍ଞତା ଜ୍ଞାପନ କରୁଛୁ । ଓଡ଼ିଶାବାସୀ ବିଜୁ ଜନତା ଦଳକୁ ବିରୋଧୀ ଦଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ଗଣତନ୍ତ୍ରରେ ସରକାରୀ ଦଳର ଯେତିକି ଆବଶ୍ୟକତା ଅଛି, ବିରୋଧୀ ଦଳର ମଧ୍ୟ ସେତିକି ଆବଶ୍ୟକତା ଅଛି । ତେଣୁ ଗୋଟିଏ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମେ ଜନ ସାଧାରଣଙ୍କ ଆବଶ୍ୟକତାକୁ ପୁରା କରିବୁ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବୁ ବୋଲି ଶ୍ରୀ ଦାସବର୍ମା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking