32.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା: ସିବିଆଇ ଚାର୍ଜସିଟ୍‌ରେ ଗଣଦୁଷ୍କର୍ମ ନୁହେଁ ଦୁଷ୍କର୍ମ

ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା: ସିବିଆଇ ଚାର୍ଜସିଟ୍‌ରେ ଗଣଦୁଷ୍କର୍ମ ନୁହେଁ ଦୁଷ୍କର୍ମ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସୋମବାର କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସିବିଆଇ ନିଜର ଏହି ଚାର୍ଜସିଟ୍‌ରେ ସଞ୍ଜୟ ରୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି । ଏତଦ୍‌ବ୍ୟତୀତ ପୀଡ଼ିତାଙ୍କୁ ସେଦିନ ଗଣଦୁଷ୍କର୍ମ ନୁହେଁ ବରଂ ଦୁଷ୍କର୍ମ କରାଯାଇଥିଲା ।

ଏହାପରେ ଦୁଷ୍କର୍ମକାରୀ ପୀଡ଼ିତାଙ୍କୁ ହତ୍ୟା ମଧ୍ୟ କରିଥିଲା । ଦୁଷ୍କର୍ମକାରୀ ଏବଂ ହତ୍ୟାକାରୀ ଜଣେ ହିଁ ବ୍ୟକ୍ତି । ସେ ଅନ୍ୟ କେହି ନୁହଁନ୍ତି ବରଂ ସଞ୍ଜୟ ରୟ ବୋଲି ସିବିଆଇ ନିଜ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି । ୨ ମାସର ତଦନ୍ତ ମଧ୍ୟରେ ସୋମବାର କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଏହି ଚାର୍ଜସିଟ୍‌କୁ ଦାଖଲ କରିଛି ସିବିଆଇ । ସିବିଆଇ ସୂତ୍ର ଅନୁଯାୟୀ, ପ୍ରାୟ ୨୦୦ ଜଣଙ୍କ ବିବୃତ୍ତି ଏହି ମାମଲାରେ ଚାର୍ଜସିଟ୍‌ରେ ରେକର୍ଡ କରାଯାଇଛି । ଏହି ମାମଲାର ରହସ୍ୟ ସମାଧାନ କରୁଥିବାବେଳେ ସିବିଆଇ ପୂର୍ବରୁ ଗିରଫ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ହତ୍ୟା ଏବଂ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କହିଛି ।

ଅଗଷ୍ଟ ୯ରେ କୋଲକାତାର ଆରଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଘଟଣାକୁ ବିରୋଧ କରି ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ପୁଲିସ୍ ଗିରଫ କରିଥିଲା । ମାତ୍ର ଦେଶବ୍ୟାପୀ ଆନ୍ଦୋଳନ ଜୋର୍ ଧରିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ କୋଲକାତା ହାଇକୋର୍ଟ । ସମ୍ପ୍ରତି ସେ ଜେଲ୍‌ରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking