27.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶରାଷ୍ଟ୍ରର ରକ୍ଷା ପାଇଁ ହିଂସା ବି ଯଥାର୍ଥ: ଯୋଗୀ ଆଦିତ୍ୟନାଥ

ରାଷ୍ଟ୍ରର ରକ୍ଷା ପାଇଁ ହିଂସା ବି ଯଥାର୍ଥ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: “ହିନ୍ଦୁ ଧର୍ମ କାହାର ବିନାଶ ଚାହେଁନାହିଁ । ଦୁଃଖୀର ସେବାରେ ତୁମ ଜୀବନକୁ ସମର୍ପିତ କର । କିନ୍ତୁ ଯଦି ରାଷ୍ଟ୍ର ଓ ଧର୍ମର ସୁରକ୍ଷା ଏବଂ ନିରୀହମାନଙ୍କୁ ବଞ୍ଚାଇବା ପାଇଁ ହିଂସା କରିବାକୁ ପଡ଼େ, ତେବେ ଏହା ଯଥାର୍ଥ ।’ ଏଭଳି କହି ଚର୍ଚ୍ଚାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋମବାର ସେ କହିଛନ୍ତି ଯେ “ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ମୂର୍ତ୍ତି ଭାଙ୍ଗିବା ସେମାନଙ୍କର ଅଧିକାର ବୋଲି ଭାବୁଛନ୍ତି ।

 ଏଭଳି କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।” ବାରାଣସୀର ସିଗ୍ରାସ୍ଥିତ ଭାରତ ସେବାଶ୍ରମ ସଂଗଠନ ଦ୍ୱାରା ଆୟୋଜିତ ଦୁର୍ଗା ପୂଜା ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପଶ୍ଚିମବଙ୍ଗରେ, ଯେଉଁଠାରେ ଦେବୀ ପୂଜା କରିବାର ପରମ୍ପରା ଆରମ୍ଭ ହୋଇଥିଲା, ସେଠାରେ ସନାତନ ଧର୍ମ ଆଜି ‘ଅସହାୟ ଏବଂ ଅସୁରକ୍ଷିତ’ ଥିବା ଦେଖାଯାଉଛି । ଅନେକ ଲୋକ ଅଶାନ୍ତି ସୃଷ୍ଟି କରିବା ପାଇଁ ଜାଣିଶୁଣି ଗୋଟାଏ ପ୍ରସଙ୍ଗକୁ ଅତିରଞ୍ଜିତ କରିଥାନ୍ତି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ?ଚେତାବନୀ ଦେଉଛି ଯେ, ସମୟ ଥାଉ ଥାଉ ସୁଧୁରିଯାଆନ୍ତୁ । ନଚେତ୍ ଏହାର ପରିଣାମ ଭୋଗିବାକୁ ହେବ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking