32.1 C
Bhubaneswar
Saturday, February 14, 2026
Homeଓଡିଶାଚକ୍ଷୁ ନର୍ସିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ

ଚକ୍ଷୁ ନର୍ସିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ

ଯାଜପୁର : କଳିଙ୍ଗନଗର ଦାନଗଦୀ ଓ ସୁକିନ୍ଦ ଅଞ୍ଚଳର ଅବହେଳିତ ସମ୍ପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏବଂ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ପକ୍ଷରୁ ମିଳିତଭାବେ ଚକ୍ଷୁ ନର୍ସିଂ ଆସିଷ୍ଟାଣ୍ଟ (ଓଏନଏ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିଛିି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ କଳିଙ୍ଗନଗର ଦାନଗଦୀ ଓ ସୁକିନ୍ଦା ବ୍ଲକର ୩୬ ଜଣ ଯୁବତୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହାର ଉଦ୍ଦେଶ୍ୟ କେବଳ ବୈଷୟିକ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିବା ନୁହେଁ ବରଂ ଏହି ଯୁବତୀମାନଙ୍କ ପାଇଁ ନିୟମିତ ରୋଜଗାରର ପନ୍ଥା ସୃଷ୍ଟି କରିବା ଏବଂ ଚକ୍ଷୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଭବିଷ୍ୟତ ଗଢ଼ିବାର ସୁଯୋଗ ପ୍ରଦାନ କରିବ।

ଚକ୍ଷୁ ନର୍ସିଂ ଆସିଷ୍ଟାଣ୍ଟ (ଓଏନଏ) ପ୍ରଶିକ୍ଷଣ ସଫଳ ହେବା ପରେ ୧୧ ଜଣ ଯୁବତୀ ଭାରତର ପ୍ରସିଦ୍ଧ ଚକ୍ଷୁ କେନ୍ଦ୍ର ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) କେନ୍ଦ୍ରର ବିଭିନ୍ନ ଶାଖାରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ଯେପରିକି ଓଡ଼ିଶାର ଭୁବନେଶ୍ୱର ସ୍ଥିତ ମିଥୁ ତୁଳସୀ ଚନରାଇ କ୍ୟାମ୍ପସ ଏବଂ ବ୍ରହ୍ମପୁର ସ୍ଥିତ ଅର୍ଜୁନ ୱାନି ଚକ୍ଷୁ କେନ୍ଦ୍ର ରେ ନର୍ସ ଚାକିରୀ କରି ମାସକୁ ହାରାହାରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଆକାରରେ ରୋଜଗାର କରିପାରୁଛନ୍ତି।

ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ କଷ୍ଟକର ପୃଷ୍ଠଭୂମିରୁ ଆସିଥିବା ଏହି ଯୁବତୀମାନେ ନିଜେ ନିଜର ଜୀବିକା ଅର୍ଜନ କରିପାରୁଥିବାରୁ ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। କଳିଙ୍ଗନଗରର ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ଯୁବତୀମାନେ ସେମାନଙ୍କ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଢ଼ିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ପାଇଛନ୍ତି।

ଓଏନଏ କାର୍ଯ୍ୟକ୍ରମ ଶେଷ କରିବା ପରେ ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସରେ ନର୍ସ ଭାବେ ଯୋଗ ଦେଇଥିବା ଡୁବୁରିର ଏକ ଦୁର୍ଗମ ଗାଁର ଲିଜାରାଣୀ ମହାନ୍ତ କୁହନ୍ତି, “ପିଲାବେଳୁ ମୁଁ ଏପରି ଚାକିରି ପାଇବାର ସ୍ୱପ୍ନ ଦେଖିଥିଲି ଯାହା ମୋତେ ଲୋକଙ୍କୁ ସାହାଯ୍ୟ କରିବାରେ ସାହାଯ୍ୟ କରିବ। ନର୍ସ ଚାକିରୀ ସେହି ସ୍ୱପ୍ନ କୁ ପୂରଣ କରିପାରିଛି। ଯଦିଓ ଲୋକମାନେ ମୋତେ ପ୍ରଶିକ୍ଷଣ ନେବାରୁ ବାରଣ କରିଥିଲେ, ମୋ ପିତାମାତା ମୋର ଏହି ସ୍ୱପ୍ନକୁ ସମର୍ଥନ କରିଥିଲେ ଏବଂ ଆଜି ଯେତେବେଳେ ମୁଁ ଡାକ୍ତରମାନଙ୍କୁ ଲୋକଙ୍କ ଦୃଷ୍ଟି ଫେରାଇ ଆଣିବାରେ ସାହାଯ୍ୟ କରେ, ଏହା ମୋତେ ଆତ୍ମସନ୍ତୋଷ ପ୍ରଦାନ କରେ। ମୁଁ ଖୁସି ଯେ ମୁଁ ଓଏନଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଂଶ ହେଲି କ୍ଲାସରେ ଯୋଗ ଦେଲି ଏବଂ ଉପଯୁକ୍ତ ପ୍ରଶିକ୍ଷଣ ନେଲି – ଏହା ମୋ ଜୀବନର ଲକ୍ଷ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିଛି ।

ଓଏନଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଉଛି ଏକ ଦୁଇ ବର୍ଷର ପାଠ୍ୟକ୍ରମ ଯାହା ରୋଗୀ ସେବା, ଅସ୍ତ୍ରୋପଚାର ପ୍ରସ୍ତୁତି ଏବଂ ଉପକରଣ କାର୍ଯ୍ୟପଦ୍ଧତି ସମେତ ଅନ୍ୟାନ୍ୟ ବିଭିନ୍ନ ଚକ୍ଷୁ ଚିକିତ୍ସା ସେବାରେ ସାହାଯ୍ୟ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ କରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଦ୍ୱାରା ସୁପାରିଶ କରାଯାଇଥିବା “ଟାସ୍କ ଶିଫ୍ଟିଂ’ ଆଭିମୁଖ୍ୟ ପ୍ରତିକ୍ରିୟାରେ ବିକଶିତ ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କ ମଧ୍ୟରେ ଚକ୍ଷୁ ସ୍ୱାସ୍ଥ୍ୟସେବା ଭୂମିକାର ଅଧିକ ସମାନତା ସୃଷ୍ଟି କରିବା। ଝିଅମାନଙ୍କୁ ଚକ୍ଷୁ ବିଶେଷଜ୍ଞ, ନର୍ସ ଏବଂ ଅ୍େଟପାମେଟ୍ରିଷ୍ଟମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ କରିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟସେବାରେ ଦକ୍ଷ ବୃତ୍ତିଗତମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ପୂରଣ କରିବାକୁ ଚେଷ୍ଟା କରିବା ସହ ଚକ୍ଷୁ ରୋଗର ଅତ୍ୟାବଶ୍ୟକ ଯତ୍ନ ଏବଂ ଚିକିତ୍ସାରେ ସାହାଯ୍ୟ କରୁଛି।

କାଉନସେଲିଂ, ଓରିଏଣ୍ଟେସନ୍‌, ଲିଖିତ ପରୀକ୍ଷା ଓ ସାକ୍ଷାତକାର ଭଳି କଠୋର ପ୍ରକ୍ରିୟା ପରେ ୨୦୨୫ ବ୍ୟାଚ୍ ପାଇଁ ଆଉ ୧୦ ଜଣ ଯୁବତୀଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି। ଓଏନଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୁବତୀମାନଙ୍କୁ ନିଯୁକ୍ତିଯୋଗ୍ୟ ଦକ୍ଷତା, ଆତ୍ମ-ସଚେତନତା ଏବଂ ଆତ୍ମନିର୍ଭରଶୀଳ କରିବାର ସ୍ୱାଧୀନତା ପ୍ରଦାନ କରି ସ୍ୱାସ୍ଥ୍ୟସେବାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଟିଏସଏଫର ସମର୍ପଣ ଉପରେ ଆଲୋକପାତ କରେ ।

ଏପରି ପଦକ୍ଷେପ ବ୍ୟକ୍ତିଗତ ପରିବର୍ତ୍ତନ ଠାରୁ ଅଧିକ – ଏହା ସମଗ୍ର ପରିବାର ଏବଂ ସମାଜକୁ ସଶକ୍ତ କରିଥାଏ, ଯୁବତୀମାନଙ୍କୁ ଦାରିଦ୍ର‌୍ୟତା ଦୂର କରି ସେମାନଙ୍କ ପରିବାରର ଉନ୍ନତି ଏବଂ ସେମାନଙ୍କ ସମ୍ପ୍ରଦାୟର ଅନ୍ୟମାନଙ୍କ ପାଇଁ ଆଦର୍ଶ ଭାବରେ ଗଢି ତୋଳୁଛି। ଯାହା ସେମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଏକ ସ୍ଥାୟୀ ପରିବର୍ତ୍ତନର ଲହରୀ ସୃଷ୍ଟି ହୁଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking