17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଗାଜାର ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ : ୨୩ ମୃତ

ଗାଜାର ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ : ୨୩ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ରବିବାର ସକାଳେ ଗାଜା ମସଜିଦ ଉପରେ ଆକ୍ରମଣ କରିଛି, ଯେଉଁଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ସମ୍ବାଦ ସରବରାହ ସଂସ୍ଥା ୱଫା ଅନୁଯାୟୀ, ରବିବାର ଗାଜାର ଏକ ମସଜିଦ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍‌ର ଡେର ଅଲ-ବଲାହରେ ଅଲ-ଆକ୍‌ସା ହସ୍ପିଟାଲ ନିକଟସ୍ଥ ମସ୍‌ଜିଦ ଉପରେ ସେହି ସମୟରେ ଆକ୍ରମଣ ଘଟିଛି, ​​ଯେତେବେଳେ ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। କାରଣ ବିସ୍ଥାପିତ ଲୋକଙ୍କୁ ରଖିବା ପାଇଁ ମସଜିଦକୁ ବ୍ୟବହାର କରାଯାଉଥିଲା। ଗାଜାରେ ମଧ୍ୟ ଲଗାତର ଭାବେ ଇସ୍ରାଏଲ ଆକ୍ରମଣ କରୁଛି। ବର୍ଷେ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେବି ଜାରି ରହିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking