28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶକତାର ଅମିରଙ୍କ ଚେତାବନୀ: ଇସ୍ରାଏଲ ମଧ୍ୟପ୍ରାଚ୍ୟରେ ନରସଂହାର କରୁଛି

କତାର ଅମିରଙ୍କ ଚେତାବନୀ: ଇସ୍ରାଏଲ ମଧ୍ୟପ୍ରାଚ୍ୟରେ ନରସଂହାର କରୁଛି

ଜେରୁଜେଲମ୍‌ : ମଧ୍ୟପ୍ରାଚ୍ୟ ଏକ ଗୁରୁତର ସଙ୍କଟ ଦେଇ ଗତି କରୁଛି। ସମଗ୍ର ବିଶ୍ୱର ନଜର ଏହି ଅଞ୍ଚଳ ଉପରେ ରହିଛି। ଇସ୍ରାଏଲ୍ ଏକାସାଙ୍ଗରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ, ଲେବାନନ୍ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଏବଂ ଉଭୟଙ୍କୁ ପାଣ୍ଠି ଯୋଗାଉଥିବା ଇରାନ ବିରୁଦ୍ଧରେ ଯୁଦ୍ଧ କରୁଛି। ଇସ୍ରାଏଲ୍ କ୍ରମାଗତ ଭାବରେ ଲେବାନନ୍ ଏବଂ ଇରାନ ଉପରେ ରକେଟ୍ ଦ୍ୱାରା ଆକ୍ରମଣ କରୁଛି। ଏହି ତିକ୍ତ ପରିସ୍ଥିତି ମଧ୍ୟରେ କତାରର ଅମିର ଶେଖ ତମିମ ବିନ ହମିଦ ଅଲ ଥାନି ଏହି ଘଟଣାରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କତାରର ଅମିର କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଯାହା ଘଟୁଛି ତାହା ନରସଂହାର ଭଳି। ଗାଜା ଷ୍ଟ୍ରିପରେ ହୋଇଥିବା ଆକ୍ରମଣ ମାନବିକତା ପାଇଁ ବିପଜ୍ଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ଅଞ୍ଚଳ ଆଉ ବାସଯୋଗ୍ୟ ନୁହେଁ ଏବଂ ଏହି ପରିସ୍ଥିତିରେ ଅସ୍ତ୍ରବିରତି କରିବାର ଆବଶ୍ୟକତା ରହିଛି। ଶାନ୍ତି ବିନା ସୁରକ୍ଷା ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି। ସେ ଇସ୍ରାଏଲକୁ ତୁରନ୍ତ ଲେବାନନରେ ଆକ୍ରମଣ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଦୋହାରେ ଅନୁଷ୍ଠିତ ଏସିଆ ସହଯୋଗ ସଂଳାପ ସମ୍ମିଳନୀରେ କତାରର ଅମିର ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ କହିଛନ୍ତି ଯେ ଇସ୍ରାଏଲ୍ ଲେବାନନରେ ବାୟୁ ଏବଂ ସ୍ଥଳଭାଗ ଆକ୍ରମଣ କରୁଛି, ଯାହା ଠିକ୍ ନୁହେଁ। ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ୧୨୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ହମାସ ୨୫୦ରୁ ଅଧିକ ଲୋକଙ୍କୁ ବନ୍ଧକ କରିଥିଲା। ସେବେଠାରୁ ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଇସ୍ରାଏଲର ଆକ୍ରମଣରେ ଗାଜାରେ ୪୧,୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ନିକଟରେ ଇସ୍ରାଏଲ ଲେବାନନରେ ହିଜବୁଲ୍ଲା ଶିବିର ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା। ଏହାର ଜବାବରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଶକ୍ତିଶାଳୀ ଆକ୍ରମଣ କରିଥିଲା। ଯାହା ସମଗ୍ର ଅ ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking