26.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶମହାରାଷ୍ଟ୍ରବାସୀଙ୍କୁ ରାହୁଲଙ୍କ ବଡ଼ ପ୍ରତିଶ୍ରୁତି; ୫୦% ସଂରକ୍ଷଣ ସୀମା ହଟାଇଦିଆଯିବ

ମହାରାଷ୍ଟ୍ରବାସୀଙ୍କୁ ରାହୁଲଙ୍କ ବଡ଼ ପ୍ରତିଶ୍ରୁତି; ୫୦% ସଂରକ୍ଷଣ ସୀମା ହଟାଇଦିଆଯିବ

କୋହ୍ଲାପୁର : ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳରେ ଆୟୋଜିତ ସମ୍ବିଧାନ ସମ୍ମାନ ସମ୍ମିଳନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରିଛନ୍ତି। ରାହୁଲ କହିଛନ୍ତି ଯେ, ଯଦି ତାଙ୍କ ସରକାର କ୍ଷମତାକୁ ଆସେ ତେବେ ୫୦% ସଂରକ୍ଷଣ ସୀମା ହଟାଇ ଦିଆଯିବ ଏବଂ ଜାତିଗତ ଜନଗଣନା ସହ ସାମାଜିକ-ଅର୍ଥନୈତିକ ସର୍ଭେ କରାଯିବ। ରାହୁଲଙ୍କ କହିବାନୁସାରେ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏସମ୍ପର୍କୀତ ଏକ ଆଇନ ଅଣାଯିବ ଏବଂ ସଂରକ୍ଷଣର ୫୦% ସର୍ବୋଚ୍ଚ ସୀମାକୁ ହଟାଇ ଦିଆଯିବ। ଜାତିଗତ ଜନଗଣନା ସହ କାହାର କେତେ ଜନସଂଖ୍ୟା ଅଛି ଏବଂ କେତେ ରହିଛି, ସେନେଇ ଏକ ଅର୍ଥନୈତିକ ସାମାଜିକ ଅର୍ଥନୈତିକ ସର୍ବେକ୍ଷଣ ମଧ୍ୟ କରାଯିବ। ରାହୁଲ ଏହି ଅବସରରେ ବିଜେପି ସରକାରକୁ ସମାଲୋଚନା କରି କହିଛନ୍ତି, ପୂର୍ବରୁ ନରେନ୍ଦ୍ର ମୋଦୀ କହୁଥିଲେ ୪୦୦ ଆସନ। କିନ୍ତୁ ଦେଶବାସୀଙ୍କ ଜନାଦେଶ ଏବଂ ସମ୍ବିଧାନ ଆଗରେ ମୋଦୀ ଏବଂ ବିଜେପି ସରକାରକୁ ମୁଣ୍ଡ ନୁଆଇଁବାକୁ ପଡ଼ିଛି।
ରାହୁଲ କହିଛନ୍ତି, ସମ୍ବିଧାନର ସୁରକ୍ଷା ପାଇଁ ଦୁଇଟି ଉପାୟ ରହିଛି, ଜାତିଗତ ଜନଗଣନା ଓ ୫୦% ସଂରକ୍ଷଣର ସୀମାକୁ ଶେଷ କରିବା। ଭଣ୍ଡାରି ହୁଅନ୍ତୁ କିମ୍ବା ମୋଚି, ଯେଉଁମାନଙ୍କ ହାତରେ ଦକ୍ଷତା ଅଛି, ସେମାନଙ୍କ ବିଷୟରେ ଆଲୋଚନା କରାଯାଏ ନାହିଁ। ଆମ ଶିକ୍ଷା ବ୍ୟବସ୍ଥାରେ ସେମାନଙ୍କ ସମ୍ପର୍କରେ ଶିକ୍ଷା ଦିଆଯାଉନାହିଁ। ସେ ନିଜେ ସ୍କୁଲରେ ପଢ଼ୁଥିବା ସମୟରେ ଦଳିତ କିମ୍ବା ପଛୁଆ ବର୍ଗଙ୍କ ଇତିହାସ ବିଷୟରେ ପଢିନଥିଲେ ବୋଲି ରାହୁଲ କହିଛନ୍ତି। ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଏହି ବର୍ଗଙ୍କ ଇତିହାସ ସମ୍ପର୍କରେ ସବୁକିଛି ଲୋପ କରିଦେବାକୁ ପ୍ରୟାସ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking