19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବୈବାହିକ ଦୁଷ୍କର୍ମ ନେଇ କେନ୍ଦ୍ର ସରକାରଙ୍କ ସତ୍ୟପାଠ

ବୈବାହିକ ଦୁଷ୍କର୍ମ ନେଇ କେନ୍ଦ୍ର ସରକାରଙ୍କ ସତ୍ୟପାଠ

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମ ସମ୍ପର୍କରେ କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସରକାର କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ ସହ ଜଡିତ ମାମଲା ଦେଶରେ ସାମାଜିକ ତଥା ଆଇନଗତ ପ୍ରଭାବ ପକାଇବ। ତେଣୁ, କେବଳ ଆଇନଗତ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗକୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଆଭିମୁଖ୍ୟର ଆବଶ୍ୟକତା ଅଛି।  ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଏକ ଆଇନଗତ ପ୍ରସଙ୍ଗ ଅପେକ୍ଷା ଅଧିକ ସାମାଜିକ ପ୍ରସଙ୍ଗ। ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡ଼ିବ। ଏଥିସହ ଏହା ପାଇଁ ବିକଳ୍ପ ଭାବରେ ଉପଯୁକ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି।

କେନ୍ଦ୍ରର କହିବା କଥା ଯେ ବୈବାହିକ ଦୁଷ୍କର୍ମ ଏମିତି ଏକ ପ୍ରସଙ୍ଗ ଯାହା ଉପରେ ନିଷ୍ପତ୍ତି ସମସ୍ତ ଅଂଶିଦାର କିମ୍ବା ସବୁ ରାଜ୍ୟର ସରକାରଙ୍କ ମତାମତ ବିନା ନିଆଯାଇ ପାରିବ ନାହିଁ। ସତ୍ୟପାଠରେ କେନ୍ଦ୍ର ସରକାର ମାନିଛନ୍ତି ଯେ ବିବାହ ଜଣେ ମହିଳାଙ୍କ ନିଷ୍ପତ୍ତିରେ ଶେଷ ହୁଏନାହିଁ। ତେବେ ମହିଳାଙ୍କ ଇଚ୍ଛା ବିରୋଧରେ କାମ କରିବା ବା ନିୟମ ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ବିବାହ ଭିତରେ ମହିଳାଙ୍କ ଇଚ୍ଛା ବିରୋଧରେ କାମ କରିବା ଓ ବାହାଘର ବାହାରେ ମହିଳାଙ୍କ ବିରୋଧରେ କାର୍ଯ୍ୟ କରିବାର ଦଣ୍ଡ ଭିନ୍ନ ଭିନ୍ନ ରହିଛି। ବାହାଘର ପରେ ପତ୍ନୀଙ୍କ ଠାରୁ ସ୍ୱାମୀ ଶାରୀରିକ ସୁଖର ଆଶା ରଖିଥାଆନ୍ତି। କିନ୍ତୁ ଏହି ଆଶା ଜଣେ ସ୍ୱାମୀଙ୍କୁ ତାଙ୍କ ପତ୍ନୀକୁ ବାଧ୍ୟ କରିବାର ଅଧିକାର ଦେଇନାହିଁ। ହେଲେ ଏଥିପାଇଁ ଜଣେ ସ୍ୱାମୀଙ୍କୁ ଦୁଷ୍କର୍ମ ବିରୋଧୀ ଆଇନ ଭିତରକୁ ଠେଲି ଦେବା ମଧ୍ୟ ଅଧିକ ହୋଇଯିବ।

ବାହାଘର ଭିତରେ ଜଣେ ମହିଳାଙ୍କ ଇଚ୍ଛାକୁ ସମ୍ମାନ ଜଣାଇବା ବା ଏହାର ସୁରକ୍ଷା ଯୋଗାଇ ଦେବା ପାଇଁ ସଂସଦ ପୂର୍ବରୁ ହିଁ ପଦକ୍ଷେପ ନେଇ ସାରିଛି। ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଆଇନ ପ୍ରଣୟନ କରାଯାଇଛି। ମହିଳାଙ୍କ ପାଇଁ ଘରୋଇ ହିଂସା ଠାରୁ ବିଭିନ୍ନ ପ୍ରକାରର ଆଇନ ରହିଛି। ଶାରିରୀକ ସମ୍ପର୍କ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଅନେକ ସମ୍ପର୍କ ମଧ୍ୟରୁ ଗୋଟିଏ। ଏହି ସମ୍ପର୍କ ଉପରେ ସେମାନଙ୍କର ବିବାହର ମୂଳଦୁଆ ରହିଥାଏ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଶାରିରୀକ ସମ୍ପର୍କ ରହିଥାଏ। ସ୍ୱାମୀ କେବେ ହେଲେ ପତ୍ନୀଙ୍କୁ ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରିବା କଥା ନୁହେଁ। ତଥାପି ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରାଗଲେ ଏହାର କୁପ୍ରଭାବ ସମାଜ ଉପରେ ପଡ଼ିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଯଦି ସଂସଦର ମତ ହେଉଛି ବିବାହ ସଂସ୍ଥାର ସୁରକ୍ଷା ଜରୁରୀ, ତା’ହେଲେ ଏହି ଆଶାକୁ କୋର୍ଟ ଅଗ୍ରାହ୍ୟ କରିଦେବା ଠିକ ହେବ ନାହିଁ। ବାହାଘର ଭାରତର ଗୋଟିଏ ସାମାଜିକ ଓ ଆଇନତଃ ଦିଗର ମିଶ୍ରଣ। ଏଥିରେ କୋର୍ଟ ହସ୍ତକ୍ଷେପ କରିବା ଉଚିନ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking