18.1 C
Bhubaneswar
Sunday, December 22, 2024
Homeଓଡିଶାପାଞ୍ଚ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ପାଞ୍ଚ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶହେ ଦିନରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି । ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବା ଆମର ବଡ଼ ଲକ୍ଷ୍ୟ ରହିଛି । ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଇଛି । ଏଥିପାଇଁ ନିବେଶକ ସମ୍ମିଳନୀରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯିବ । ଏଥିରେ ଆମେ ନିଶ୍ଚିତ ଭାବରେ ସଫଳ ହେବୁ ।

ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଜାନୁଆରୀ ୨୮ ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା ୨୦୨୫ କନକ୍ଲେଭ୍ ପାଇଁ ଦିନଧାର୍ଯ୍ୟ କରାଯାଇଛି । ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ନେଇଥିବା ସକାରାତ୍ମକ ଇକୋ-ସିଷ୍ଟମ ସଂପର୍କରେ ନିବେଶକାରୀଙ୍କୁ ଅବଗତ କରାଯିବ । ଓଡ଼ିଶାକୁ ବଡ଼ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ହିଁ ପ୍ରଥମ ଉଦ୍ୟମ ରହିବ । ଏହି ଗସ୍ତ କାଳରେ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ବିଭିନ୍ନ ପୁଞ୍ଜିନିବେଶକାରୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉକ୍ତ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନର ପଥରେ ଆଗେଇ ନେବା ପାଇଁ ମୋର ପ୍ରଚେଷ୍ଟା ଉତ୍କର୍ଷ । ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବାପାଇଁ ପ୍ରୟାସ ଜାରି ହୋଇଛି । ଏହାର ଶୁଭାରମ୍ଭ ହେବାକୁ ଯାଉଛି । ତେଣୁ ରାଜ୍ୟବାସୀଙ୍କ ଆଶୀର୍ବାଦ ନେଇ ଆଗକୁ ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ କହିଛନ୍ତି ଯେ, ନିବେଶକ ସମ୍ମିଳନୀରେ ଇଣ୍ଡୋନେସିଆ, ନରୱେ, ସିଙ୍ଗାପୁର, ଚୀନ୍‌, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଆମେରିକା, ଥାଇଲ୍ୟାଣ୍ଡ, ଭିଏତ୍‌ନାମ ଓ ବ୍ରିଟେନ ଭଳି ୩୪ଟି ଦେଶର ପ୍ରତିନିଧୀ ଏବଂ ୯ଟି ବିଦେଶୀ ସଙ୍ଗଠନ ଯୋଗଦେବେ । ଏନେଇ ‘ରୋଡ୍ ସୋ’ ବି ହେବ । ଫଳରେ ଓଡ଼ିଶାର ବିଶ୍ୱସ୍ତରୀୟ ଉପସ୍ଥିତି ଜାହୀର ହେବ । କାରଣ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ସ୍ଥାନ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଦିନତମାମ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିସ୍ତୃତ ଆଲୋଚନା କରିବେ ଏବଂ ଆନ୍ତର୍ଜାତୀୟ ଭାଗିଦାରୀ ପାଇଁ ଓଡ଼ିଶାର ଦୃଷ୍ଟିକୋଣ ବି ସ୍ପଷ୍ଟ କରିବେ । କେଉଁସବୁ କ୍ଷେତ୍ରରେ ପୁଞ୍ଜି ନିବେଶ ହୋଇପାରିବ ଏବଂ ଭିତ୍ତିଭୂମି, ଶିଳ୍ପ ବିକାଶ ଉପରେ ରାଜ୍ୟ ସରକାରଙ୍କ ସହଯୋଗ କ’ଣ ରହିବ ତାହା ବି ଶିଳ୍ପପତିଙ୍କୁ ଅବଗତ କରିବେ । ଯାହା ଜଣାପଡ଼ୁଛି ଓଡ଼ିଶାର ପ୍ରୟାସ ସଫଳ ହେବ ବୋଲି ସେ ପ୍ରକଶ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଓଦେଓ ଓ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ‘ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ -୨୦୨୫’ ପାଇଁ ‘ଲୋଗୋ’ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସଂପଦ ସ୍ୱାଇଁ, ଏମ୍‌ଏସ୍‌ଏମଇ ମନ୍ତ୍ରୀ ଗୋକାଳାନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପମନ୍ତ୍ରୀ ହେମନ୍ତ ଶର୍ମା ବି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking