30.1 C
Bhubaneswar
Saturday, October 5, 2024
Homeଖେଳଇତିହାସ ରଚିଲେ ବୈଭବ; ଅଣ୍ଡର-୧୯ରେ ଦ୍ରୁତତମ ଶତକରେ ସର୍ବକନିଷ୍ଠ ଖେଳାଳି

ଇତିହାସ ରଚିଲେ ବୈଭବ; ଅଣ୍ଡର-୧୯ରେ ଦ୍ରୁତତମ ଶତକରେ ସର୍ବକନିଷ୍ଠ ଖେଳାଳି

ଚେନ୍ନାଇ: ବିହାରର ୧୩ ବର୍ଷୀୟ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ଚେନ୍ନାଇର ଚେପକ୍ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର-୧୯ ୟୁଥ୍ ଟେଷ୍ଟରେ କୀର୍ତ୍ତିମାନ ହାସଲ କରିଛନ୍ତି । ବୈଭବ ୫୮ ବଲ୍‌ରେ ୧୦୪ ରନ୍ କରି ପାକିସ୍ତାନ ଓପ୍ନର୍ ବାବର ଆଜମ୍ ଏବଂ ବାଂଲାଦେଶ କ୍ୟାପ୍‌ଟେନ୍ ନଜମୁଲ୍ ହୁସେନ୍ ଶାନ୍ତୋଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ତାଙ୍କ ଇନିଂସ୍‌ରେ ୧୪ ଚୌକା ଓ ୪ ଛକା ସାମିଲ । ଶାନ୍ତୋ ୧୪ ବର୍ଷ ୨୪୧ ଦିନ ବୟସରେ ଶ୍ରୀଲଙ୍କା ଅଣ୍ଡର-୧୯ ଟିମ୍ ବିପକ୍ଷରେ ଶତକ ହାସଲ କରିଥିଲେ । ସେହିପରି ବାବର୍ ୧୫ ବର୍ଷ ୪୮ ଦିନ ବୟସରେ ଦାମ୍ବୁଲାରେ ଶତକ କରିଥିଲେ । ପେସାଦାର କ୍ରିକେଟ୍‌ରେ ଶତକ ହାସଲ କରିବାରେ ବୈବଭ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି ।
ଚେପକ୍ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଅଷ୍ଟ୍ରେଲିଆ ୨୯୩ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ୪ ୱିକେଟ୍ ହରାଇ ୨୦୩ ରନ୍ କରିଛି । ଟିମ୍ ପକ୍ଷରୁ ବିହାନ (୭୪), ବୈଭବ (୧୦୪), ନିତ୍ୟା (୯) ଏବଂ କାର୍ତ୍ତିକେୟ (୦) ଆଉଟ୍ ହୋଇଛନ୍ତି ।
ସମସ୍ତିପୁରର ତାଜପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀ ୧୩ ବର୍ଷ ୫ ମାସ ବୟସରେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ବିହାର ପକ୍ଷରୁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ଅଲୀମୁଦ୍ଦିନ୍ ୧୨ ବର୍ଷ ଦୁଇମାସରେ ଡେବ୍ୟୁ କରିଥିଲେ । ୫ ବର୍ଷରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିବା ବୈଭବଙ୍କ ନାମରେ ଗୋଟିଏ ବର୍ଷରେ ୪୯ ଶତକ ଏବଂ ୩ ଦ୍ୱିଶତକର ରେକର୍ଡ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking