33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶହସ୍ପିଟାଲରେ ରଜନୀକାନ୍ତ

ହସ୍ପିଟାଲରେ ରଜନୀକାନ୍ତ

ଚେନ୍ନାଇ:  ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ରଜନୀକାନ୍ତ ଅସୁସ୍ଥ ହେବା ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି । ପ୍ରକାଶ, ରଜନୀକାନ୍ତ ନିକଟରେ ୨ଟି ବଡ ଫିଲ୍ମରେ କାମ କରୁଛନ୍ତି । ଲୋକେଶ କଙ୍ଗରାଜଙ୍କ ଫିଲ୍ମ ‘କୁଲି’ । ଜୁଲାଇରେ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ରଜନୀକାନ୍ତଙ୍କ ତାମିଲି ଫିଲ୍ମ ‘ଭେଟ୍ଟିୟାନ’ ୧୦ ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି । ରଜନୀକାନ୍ତ ଫିଲ୍ମର ସୁଟିଂ ପରେ କିଛି ଦିନ ପୂର୍ବରୁ ଚେନ୍ନାଇ ଫେରି ଆସିଥିଲେ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି ଏବଂ ଆଜିପର୍ଯ୍ୟନ୍ତ ତାଙ୍କର ହିରୋ ଭାବମୂର୍ତ୍ତି କମ୍ ହୋଇନାହିଁ । ତାଙ୍କର ଅଭିନୟ, ସଂଳାପ ଏବଂ ଶୈଳୀ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ଦକ୍ଷିଣ ତଥା ବଲିଉଡରେ ମଧ୍ୟ ରଜନୀକାନ୍ତଙ୍କ ପ୍ରଶଂସକ ତାଲିକା ଖୁବ୍ ଲମ୍ବା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking