30.1 C
Bhubaneswar
Wednesday, October 2, 2024
Homeଦେଶ ବିଦେଶମନ୍ଦିର ହେଉ କିମ୍ବା ମସଜିଦ୍‌, ରାସ୍ତା ମଝିରେ ଥିଲେ ହଟାଯିବ : ସୁପ୍ରିମକୋର୍ଟ

ମନ୍ଦିର ହେଉ କିମ୍ବା ମସଜିଦ୍‌, ରାସ୍ତା ମଝିରେ ଥିଲେ ହଟାଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ କଡା ପ୍ରତିକ୍ରିୟା । ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, ଜନତାଙ୍କ ସୁରକ୍ଷା ସର୍ବପ୍ରଥମ । ସଡକ ଉପରେ କୌଣସି ଧାର୍ମିକ ଢାଞ୍ଚାକୁ ହଟାଯିବା ଜରୁରୀ । କୋର୍ଟ ମଙ୍ଗଳବାର ଅପରାଧିଙ୍କ ବିରୋଧରେ ବୁଲଡୋଜର ଆକ୍ସନ ବିରୋଧରେ ଶୁଣାଣି କରୁଥିଲେ । ଜଷ୍ଟିସ୍ ବିଆର ଗଭଇ ଓ ଜଷ୍ଟିସ୍ କେଭି ବିଶ୍ୱନାଥନ୍ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି, ଲୋକଙ୍କ ସୁରକ୍ଷା ସବୁଠାରୁ ଉପରେ ରହିଛି । ସେ କହିଛନ୍ତି, ମନ୍ଦିର, ଦରଘା,ସଡକ, ଜଳମାର୍ଗ କିମ୍ବା ରେଳୱେ ଟ୍ରାକ୍‌କୁ ଅବରୋଧ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ହଟାଇବା ଜରୁରୀ ।

ଏହା ସହ କୋର୍ଟ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ଭାରତ ସେକୁଲାର ଦେଶ ଓ ବୁଲଡୋଜର ଆକ୍ସନକୁ ନେଇ ନିର୍ଦେଶ ସବୁ ନାଗରିକଙ୍କ ପାଇଁ ସମାନ ରହିବ, ସେ ଯେ କୌଣସି ଧର୍ମ ହୋଇଥାନ୍ତୁ । ଖଣ୍ଡପୀଠ କହିଛନ୍ତି, ଆମ ଦେଶ ହେଉଛି ଧର୍ମନିରପେକ୍ଷ ରାଷ୍ଟ୍ର । ଆମର ସବୁ ନିର୍ଦେଶ ସମସ୍ତଙ୍କ ପାଇଁ ରହିବ । ତାହା କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ମନ୍ଦିର, ଦରଘା ଓ ଗୁରୁଦ୍ୱାର ହେଉ ଯଦି ସର୍ବସାଧାରଣ ରାସ୍ତାରେ ଆସେ ତେବେ ଏହାକୁ ନିଶ୍ଚିତ ପକ୍ଷେ ହଟାଯିବ । ଜଷ୍ଟିସ୍ ଗଭଇ କହିଛନ୍ତି, ବେଆଇନ ନିର୍ମାଣ ପାଇଁ ଏକ ଆଇନ ତିଆରି ହେବା ଦରକାର । ଏହା କୌଣସି ଧର୍ମ ଉପରେ ନିଭର କରିବା ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking